ଓଲଟିଲା ଟାଟା ଏସିଇ ଗାଡ଼ି, ଘଟଣାସ୍ଥଳରେ ୨ ଜଣକ ମୃତ୍ୟୁ

NEWS7
sonalis-familys-big-statement-dont-be-like-sushant-singh-rajput-sonali-phogat-case

ଚଣ୍ଡିଖୋଲ: ନଗର ସଂକୀର୍ତ୍ତନ ସାରି ଫେରୁଥିବା ସମୟରେ ଓଲଟିଲା ଟାଟା ଏସିଇ ଗାଡ଼ି। ଦୁର୍ଘଟଣା ଯୋଗୁ ଘଟଣାସ୍ଥଳରେ ଦୁଇ ଜଣକ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଜଣକୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ, ବଇରୀ ଗ୍ରାମରୁ ଅଷ୍ଟପ୍ରହରୀ ସାରି ଟାଟା ଏସିଇ ଗାଡ଼ିରେ ଫେରୁଥିବା ସମୟରେ ଉପୁଳା ଠାରେ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗାଡ଼ିରେ ମୋଟ ୮ ଜଣ ଥିବା ବେଳେ ଦୁଇ ଜଣକର ମୃତ୍ୟୁ ଘଟିଛି। ମୃତକ ହେଲେ ଚନ୍ଦନ ମଲ୍ଲିକ ଓ ଉପେନ୍ଦ୍ର ମଲ୍ଲିକ । ଉଭୟ ଉପୁଳା ଗ୍ରାମର। ସେହିଭଳି ଗୁରୁତର ୫ ଆହତଙ୍କୁ ବଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣକ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଘଟଣାସ୍ଥଳରେ ବଇରୀ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।