ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ପୁଅ-ବୋହୂ, ଦୁର୍ଘଟଣାରେ ଚାଲିଗଲା ଦମ୍ପତି ଜୀବନ

Published By : Prameya-News7 Bureau | July 03, 2025 IST

ବୌଦ୍ଧ୦୩।୦୭: ବୌଦ୍ଧ ଆଦର୍ଶ ଥାନା ରାମ୍ଭିକଟା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ସାମ୍ନାରୁ ଧକ୍କା ଦେଲା କାର୍‌ । ବାପାଙ୍କୁ ମୁଖାଗ୍ନି ଦେବାକୁ ଯାଉଥିବା ବେଳେ ଚାଲିଗଲା ପୁଅ ବୋହୂଙ୍କ ଜୀବନ । ମୃତକ ସ୍ୱାମୀ ସ୍ତ୍ରୀ ଦଶପଲ୍ଲା ଗଣିଆ ଅଞ୍ଚଳର ରାଜ କିଶୋର ସାହୁ ଓ ମୀନାରାଣୀ ସାହୁ ବୋଲି ଜଣାପଡ଼ିଛି । 

ସୂଚନା ମୁତାବକ, ବୁଧବାର ରାତିରେ ବାପାଙ୍କ ମୃତ୍ୟୁ ଖବର ପାଇ ନୂଆପଡ଼ା ଜିଲ୍ଲାରୁ ନିଜ ଘରକୁ ଏକ କାର୍‌ ଯୋଗେ ଯାଉଥିଲେ ରାଜ କିଶୋର ସାହୁ ଏବଂ ତାଙ୍କ ସ୍ତ୍ରୀ ମୀନାରାଣୀ ସାହୁ । ବୌଦ୍ଧ ଆଦର୍ଶ ଥାନା ରାମ୍ଭିକଟା ନିକଟର ରାସ୍ତାରେ ଏକ ଟ୍ରକ୍‌ ଛିଡ଼ା ହୋଇଥିଲା । କାରଟି ସାମ୍ନାକୁ ଆସି ଟ୍ରକ୍‌କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । 

ଘଟଣା ସମ୍ପର୍କରେ ସୂଚନା ପାଇଁ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ମୃତଦେହକୁ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ବର୍ତ୍ତମାନ ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.