କିଛି ରାଜନୈତିକ ଦଳ ମୋ ସହ ବା ମୋ ବନ୍ଧୁଙ୍କ ସହ ଯୋଗାଯୋଗରେ ଅଛନ୍ତି, ବର୍ତ୍ତମାନ ସରକାରକୁ ସମୟ ଦେବା ଦରକାର

Published By : Prameya-News7 Bureau | August 24, 2025 IST

ଭୁବନେଶ୍ବର ୨୪।୮: ବଦଳିପାରେ ରାଜ୍ୟ ରାଜନୈତିକ ସମୀକରଣ । ଗଠନ ହୋଇପାରେ ନୂଆ ଆଞ୍ଚଳିକ ଦଳ । ଏ ନେଇ ରାଜ୍ୟର କିଛି ବରିଷ୍ଠ ନେତା କସରତ ଆରମ୍ଭ କରିଥିବା ବେଳେ ଅମର ଶତପଥୀ ଓ ପ୍ରଭାତ ତ୍ରିପାଠୀଙ୍କ ଦିଲ୍ଲୀ ଗସ୍ତ ପରେ ଏ ଚର୍ଚ୍ଚା ଜୋର ଧରିଛି । ଉଭୟ ନେତା ଦିଲ୍ଲୀ ଯାଇ କିଛି ଜାତୀୟ ସ୍ତରର ନେତାଙ୍କ ସହ ମାନସ ମନ୍ଥନ କରିଥିବା ଜଣାପଡିଛି । ଏମିତି କି ଦିଲ୍ଲୀ ଗସ୍ତ ସୟମରେ ବଡ ରାଜନୈତିକ ଚର୍ଚ୍ଚା ହେବା ମଧ୍ୟ ସେ କହିଛନ୍ତି । ତେବେ ସରକାରଙ୍କର ଦ୍ବିତୀୟ ଇନିଂସ ଅର୍ଥାତ ଅଢେଇ ବର୍ଷ ପରେ କିଛି ବି ହୋଇପାରେ ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି ଅମର । ଏହାସହ ବିଭିନ୍ନ ରାଜନୈତିକ ଦଳର ନେତା ଆମ ସହ ଯୋଗାଯୋଗରେ ଅଛନ୍ତି କହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛନ୍ତି ।

ଅମର କହିଛନ୍ତି, ଓଳାଶୁଣିରେ ବନ୍ଧୁ ମିଳନ ହୋଇଥିଲା । ସେଥିରୁ କିଛି ବନ୍ଧୁ ମିଶି ଆମେ ଦିଲ୍ଲୀ ଗସ୍ତ କରିଥିଲୁ । ସ୍ୱାଭାବିକ ଭାବେ ରାଜନୈତିକ ଚର୍ଚ୍ଚା ଆଲୋଚନା ହୋଇଛି । ବର୍ତ୍ତମାନ ସ୍ଥିତି ନାହିଁ ନୂଆ ଦଳ ଗଠନ କରିବାର । ବର୍ତ୍ତମାନ ସରକାରର ପ୍ରଥମ ଇନିଂସ ଚାଲିଛି । ଅଢେଇ ବର୍ଷ ପରେ ନୂଆ ସରକାରର ଦ୍ବିତୀୟ ଇନିଂସ ଆରମ୍ଭ ହେବ । କିଛି ରାଜନୈତିକ ଦଳ ମୋ ସହିତ ବା ମୋର କିଛି ବନ୍ଧୁଙ୍କ ସହିତ ଯୋଗାଯୋଗରେ ଅଛନ୍ତି । ବର୍ତ୍ତମାନ ସରକାରକୁ ସମୟ ଦେବା ଦରକାର । ବିଭିନ୍ନ ରାଜନୈତିକ ଦଳର ନେତା ଆମ ସହିତ ଯୋଗାଯୋଗରେ ଅଛନ୍ତି ବୋଲି ଅମର ଶତପଥୀ କହିଛନ୍ତି ।

କିଛି ଦିନ ଦିନ ତଳେ ଓଳାଶୁଣିରେ ଅନେକ ବରିଷ୍ଠ ନେତା ଏକାଠି ବସିବା ଓ ତାର କିଛି ଦିନ ପରେ ବରିଷ୍ଠ ସୌମ୍ୟରଞ୍ଜନ ପଟ୍ଟନାୟକ ଆଂଚଳିକ ଦଳ କଥା ଉଠାଇବା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଆଉ ଏବେ ଦୁଇ ନେତା ଦିଲ୍ଲୀରୁ ଫେରିବା ଏ କଥାକୁ ଆହୁରି ବଳ ଯୋଗାଇଛି ।

You Can Read:

ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ଦୁଇ ରାଜ୍ୟସଭା ସାଂସଦ, ବିଭିନ୍ନ ପ୍ରସଙ୍ଗ ନେଇ କଲେ ଆଲୋଚନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.