ମହାନଦୀ ଜଳ ବିବାଦର ସମାଧାନ ରାଜନୈତିକ ସ୍ତରରେ ସମ୍ଭବ, ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କରିଛନ୍ତି ଆଲୋଚନା

Published By : Prameya-News7 Bureau | July 17, 2025 IST

ନୂଆଦିଲ୍ଲୀ ୧୭୭: ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଆଜି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ହୋଇଛି ପ୍ରଥମ ଶୁଣାଣି । ମହାନଦୀ ଟ୍ରିବ୍ୟୁନାଲ ମହାନଦୀ ଜଳ ବିବାଦ ନେଇ ଏହା  ୪୩ତମ ଶୁଣାଣି । ମହାନଦୀ ଜଳ ବିବାଦର ସମାଧାନ ରାଜନୈତିକ ସ୍ତରରେ ସମ୍ଭବ । ଏଥିପାଇଁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ବୋଲି ସୂଚନା ଦେଇଛନ୍ତି ଓଡ଼ିଶାର ଆଡ୍‌ଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ।  ଏହା ସହିତ ଦୁଇ ରାଜ୍ୟର ନେତୃତ୍ୱ ଭିତରେ  ଆଲୋଚନା କଲେ ଜଳ ବିବାଦର ସମାଧାନ ହୋଇପାରିବ ବୋଲି ଟ୍ରିବ୍ୟୁନାଲକୁ ପ୍ରସ୍ତାବ ଦେଇଛନ୍ତି ଏଜି । ଏହି ପ୍ରସ୍ତାବକୁ ଟ୍ରିବ୍ୟୁନାଲ ଗ୍ରହଣ କରିଛନ୍ତି । ଦୁଇ ରାଜ୍ୟର ଆଲୋଚନା ସମ୍ପର୍କରେ କ’ଣ ନିଷ୍ପତ୍ତି ନିଆଗଲା ତାର ରିପୋର୍ଟ ପରବର୍ତ୍ତୀ ଶୁଣାଣି ସମୟରେ ଟ୍ରିବ୍ୟୁନାଲକୁ ଅବଗତ କରାଯିବ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଟେକ୍ନିକାଲ, ଆଇନଜୀବୀ ସ୍ତରୀୟ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ଏଜି ।  ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨ ତାରିଖରେ ହେବ ।

You Can Read:

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍, ଯାତାୟତ ବାଧାପ୍ରାପ୍ତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.