ଭୁବନେଶ୍ୱର ୨୨।୦୭: ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଅନୁମୋଦିତ ବୈଷୟିକ ପ୍ରତିଷ୍ଠାନରେ ରାଗିଂ ସଂପୂର୍ଣ୍ଣ ନିଷିଦ୍ଧ କରାଯିବ। ଏ ସଂପର୍କିତ ଆଇନକୁ କଡ଼ାକଡ଼ି ଲାଗୁ କରାଯିବ। ଆଇନକୁ ଠିକ୍ ଭାବେ ପାଳନ କରାଯାଉଛି କି ନାହିଁ ତାର ସମୀକ୍ଷା କରିବା ପାଇଁ ଏଆଇସିଟିଇ ଏକ କମିଟି ଗଠନ କରିଛି।
ଗତ ଜୁନ୍ ମାସରେ ହୋଇଥିବା କମିଟି ବୈଠକରେ ଦୁଇ ଜଣିଆ ଏକ ସବ୍ କମିଟି ଗଠନ ପାଇଁ ସୁପାରିଶ ହୋଇଥିଲା। ଏହି ସବ୍କମିଟିରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସ୍ଥାନ ପାଇଛନ୍ତି। ପୁଡୁଚେରୀର ରାଜୀବ ଗାନ୍ଧୀ କଲେଜର ଉପାଧ୍ୟକ୍ଷ ପ୍ରଫେସର କେ ଆୟାପ୍ପାନ ଅନ୍ୟତମ ସଦସ୍ୟ ଭାବେ ସବ୍ କମିଟିରେ ରହିଛନ୍ତି। ରାଗିଂ ସଂକ୍ରାନ୍ତୀୟ ନିୟମାବଳୀକୁ କିପରି କଠୋର ଭାବେ ଲାଗୁ କରିବ। ଏଥିରେ କି କି ସଂଶୋଧନ କରାଯାଇପାରିବ। ସେ ଦିଗରେ ସବ୍ କମିଟି ସମୀକ୍ଷା କରି କମିଟିକୁ ଆବଶ୍ୟକ ସୁପାରିଶ କରିବ।