ଆକ୍ସନ ମୋଡ଼ରେ ଶ୍ରୀମନ୍ଦିର ପ୍ରଶାସନ, ଦଇତାପତି ସେବକଙ୍କୁ କାରଣ ଦର୍ଶାଅ ନୋଟିସ

Published By : Prameya-News7 Bureau | July 30, 2024 IST

ପୁରୀ ୩୦/୦୭: ବାହୁଡ଼ା ଯାତ୍ରାରେ ମା’ ସୁଭଦ୍ରାଙ୍କ ରଥ ଉପରକୁ  ଅନଧିକୃତ ବ୍ୟକ୍ତିଙ୍କୁ ଚଢାଇବା ପ୍ରସଙ୍ଗରେ ଜଣେ ଦଇତାପତି ସେବକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଆଗାମୀ ୭ ଦିନ ଭିତରେ ନୋଟିସର ଉତ୍ତର ଦେବାକୁ ନିର୍ଦ୍ଦେଶ ହୋଇଛି । ତେବେ ଉତ୍ତର ଯଦି  ସନ୍ତୋଷଜନକ ନ ହୁଏ  ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଉଲ୍ଲେଖ ହୋଇଛି । 

ଏଥିସହ ଚୂଡ଼ାନ୍ତ ନିଷ୍ପତ୍ତି ନ ହେବା ଯାଏଁ ସମ୍ପୃକ୍ତ ସେବକଙ୍କ ପ୍ରାପ୍ୟ ପାଉଣା ସ୍ଥଗିତ ରଖିବାକୁ  ମଧ୍ୟ ଦଇତା ନିଯୋଗ ସମ୍ପାଦକଙ୍କୁ ଜଣାଇ ଦିଆଯାଇଛି । ସୂଚନାଯୋଗ୍ୟଯେ, ସମ୍ପୃକ୍ତ ଅନଧିକୃତ ବ୍ୟକ୍ତିଙ୍କୁ ମୁଖ୍ୟ ପ୍ରଶାସକ ନିଜେ ରଥରୁ ଓହ୍ଲାଇବା ସହ  ତାଙ୍କଠାରୁ ପାସ୍‌ ଜବତ ହୋଇଥିଲା । ଜଣେ ଦଇତାପତି ସେବକ ସେହି ପାସ୍‌  ଉକ୍ତ ଅନଧିକୃତ ବ୍ୟକ୍ତିଙ୍କୁ ଦେଇଥିବା ତଦନ୍ତ ପରେ ଜଣାପଡିଥିଲା । 

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.