ସ୍ନାନଯାତ୍ରା ପ୍ରସ୍ତୁତି ନେଇ ପୁରୀ ପ୍ରଶାସନର ବୈଠକ, ଶୃଙ୍ଖଳିତ ଦର୍ଶନ ନେଇ ହେଲା ଆଲୋଚନା

Published By : Prameya-News7 Bureau | May 24, 2025 IST

ପୁରୀ ୨୪।୦୫ : ସ୍ନାନଯାତ୍ରା ପ୍ରସ୍ତୁତି । ସ୍ନାନଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ଗୃହରେ ବସିଥିଲା ବୈଠକ । ଏହି ବୈଠକରେ ପୁରୀ ଏସ୍‌ପିଙ୍କ ସହ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । 

ଆସନ୍ତା ଜୁନ୍‌ ୧୧ ତାରିଖରେ ସ୍ନାନ ଯାତ୍ରା ଅନୁଷ୍ଠିତ ହେବ । ତାପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଡାକିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏସ୍‌ପି , ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ, ଅଲାରନାଥ ସେବାୟତ ସାମିଲ ଥିଲେ। ବୈଠକରେ ମହାପ୍ରଭୁଙ୍କ ଅଣସର ନୀତି ସମୟରେ ପ୍ରଭୁ ଅଲାରନାଥଙ୍କ ମନ୍ଦିରରେ କିପରି ଶୃଙ୍ଖଳିତ ନୀତିକାନ୍ତି ହେବ, ସେନେଇ ଆଲୋଚନା ହୋଇଛି । ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ ଓ ସୁବିଧା ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭକ୍ତଙ୍କ ସୁରକ୍ଷା ପାଇଁ ପୋଲିସ ଫୋର୍ସ ସହ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.