ବାବର ବନାମ କୁଲଦୀପ, ଇଶାନ ବନାମ ସାହିନ୍...ଏହି ସବୁ ଖେଳାଳିଙ୍କ ମଧ୍ୟରେ ସିଧାସଳଖ ଫାଇଟ୍

NEWS7
snake-playing-in-hair

ନୂଆଦିଲ୍ଲୀ, ୧୫/୦୨ : ରବିବାର ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ । ସୁପର ସଣ୍ଡେରେ ଫ୍ୟାନ୍ସ ଦେଖିବେ ସୁପର୍ ଫାଇଟ୍ । ତେବେ ମୁକାବିଲା ପାଇଁ ସବୁ ପ୍ରସ୍ତୁତି ଶେଷ କରିଛନ୍ତି ଦୁଇ ଟିମ୍ । ପୂର୍ବରୁ ଟି୨୦ ବିଶ୍ୱକପରେ ଅନେକ ଥର ଦୁଇ ଦେଶ ମଧ୍ୟରେ ଫାଇଟ୍ ହୋଇଛି । ଗୋଟିଏ ମ୍ୟାଚ୍ ଛାଡି ବାକି ସବୁଥିଲେ ଭାରତୀୟ ଦଳର ପଲ୍ଲା ଭାରି ରହିଛି । ଗତ ଏସିଆ କପରେ ପାକିସ୍ତାନକୁ ଲଗାତାର ତିନୋଟି ମ୍ୟାଚରେ ଭାରତ ପରାସ୍ତ କରିଥିଲା । ତେଣୁ ରବିବାର ମୁକାବିଲାରେ ସୂର୍ଯ୍ୟ ସେନା ଫେଭରେଟ୍ । ତେବେ ଖାଲି ଦଳ ନୁହେଁ ଦେଶ ଦେଶର କିଛି ଖେଳାଳିଙ୍କ ମଧ୍ୟରେ ସିଧାସଳଖ ଫାଇଟ୍ ହେବ ।

ଶାହିବଜାଦା ଫରହାନ୍ ବନାମ ଜସପ୍ରିତ ବୁମରା

ଶେଷ ମୁକାବିଲାରେ ବୁମରାଙ୍କ ବଲରେ ଲଗାତାର ଦୁଇଟି ଛକା ମାରିଥିଲେ ଶାହିବଜାଦା । ବହୁତ କମ୍ ଅନ୍ତର୍ଜାତୀୟ ବ୍ୟାଟର ବୁମରାଙ୍କ ଏପରି ଅବସ୍ଥା କରିପାରନ୍ତି । ପାକିସ୍ତାନର ଏକ ବିଜ୍ଞାପନରେ ଫରହାନଙ୍କ ଏହି ସଟ୍ ସାମିଲ ହୋଇଛି । ତେବେ ଆଜି ଦୁଇ ଖେଳାଳି ମୁହାଁମୁହିଁ ହେବେ । ବୁମରା ନିଶ୍ଚୟ ପ୍ରତିଶୋଧ ନେବାକୁ ଯୋଜନା କରି ଆସିଥିବେ ।

ନାମିବ୍ୟା ବିପକ୍ଷରେ ବୁମରା ପାଓ୍ଲାର ପ୍ଲେରେ ବୋଲିଂ କରିପାରିନଥିଲେ । ତେଣୁ ପାକିସ୍ତାନ ବିପକ୍ଷରେ ଦଳ ତାଙ୍କୁ କିପରି ବ୍ୟବହାର କରିବ ତା ଉପରେ ସମସ୍ତଙ୍କ ନଜର ରହିବ । ଫରହାନ ଏବେସୁଧା ବୁମରାଙ୍କ ବିରୋଧରେ ୩୪ଟି ବଲର ସାମ୍ନା କରିଛନ୍ତି । ଥରୁଟିଏ ଆଉଟ୍ ନହୋଇ ମଧ୍ୟରେ ସେ ୫୧ ରନ୍ ସଂଗ୍ରହ କରିଛନ୍ତି ।

ବାବର ବନାମ କୁଲଦୀପ

ଅନ୍ତର୍ଜାତୀୟ ଟି୨୦ରେ କେବେହେଲେ କୁଲଦୀପ ବାବରଙ୍କୁ ବୋଲିଂ କରିନାହାଁନ୍ତି । ଦିନିକିଆରେ ସେ ବାବରଙ୍କୁ ଦୁଇ ଥର ଆଉଟ୍ କରିଛନ୍ତି । କୁଲଦୀପଙ୍କ ୫୨ ବଲରୁ ବାବର ମାତ୍ର ୨୮ ରନ୍ କରିବାରେ ସକ୍ଷମ ହୋଇଛନ୍ତି । ପାକିସ୍ତାନ ବିପକ୍ଷରେ ତାଙ୍କର ରେକର୍ଡ ଭଲ ରହିଛି । ଏସିଆ କପରେ ସେ ତିନୋଟି ମ୍ୟାଚରେ ୮ଟି ଶିକାର କରିଥିଲେ ।

ହାର୍ଦ୍ଦିକ ବନାମ ଉସମାନ

ଉସମାନ ତାରିକଙ୍କ ବିରୋଧରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳର ସବୁଠୁ ଫେଭରେଟ୍ ଖେଳାଳି ହେବେ । ମିଡିଲ ଓଭରରେ ଉସମାନ ବୋଲିଂ କଲେ ପାଣ୍ଡ୍ୟା ତାଙ୍କୁ ଭଲ ଭାବେ ସାମ୍ନା କରିପାରିବେ । ତାରିକଙ୍କ ବୋଲିଂ ଆକ୍ସନକୁ ନେଇ ବିବାଦ ରହିଛି । ତେବେ ଏହାକୁ ପାଣ୍ଡ୍ୟା ସଠିକ ମୁକାବିଲା କରିପାରନ୍ତି ।

ଇଶାନ ଏବଂ ସାହିନ୍

ଭାରତୀୟ ଟିମରେ ଏବେ ସବୁଠୁ ଦୁର୍ଦ୍ଦଶ ବ୍ୟାଟର ଇଶାନ କିଷାନ । ନାମିବ୍ୟା ବିପକ୍ଷରେ ସେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ପାକିସ୍ତାନୀ ଦ୍ରୁତ ବୋଲର ସାହିନ ଆଫ୍ରିଦିଙ୍କ ମୁକାବିଲା କରିବାରେ ସକ୍ଷମ ହେବେ । ସାହିନ ବାମହାତୀ ବୋଲର ଏବଂ ଇଶାନ ମଧ୍ୟ ବାମହାତୀ ବ୍ୟାଟସମ୍ୟାନ୍ ଅଟନ୍ତି । ଇଶାନଙ୍କୁ ସେ ସର୍ଟ ବଲ ପକାଇଲେ, ଇଶାନ ମଧ୍ୟ ଏହାକୁ ବାଉଣ୍ଡରୀ ଲାଇଟ୍ ବାହାରକୁ ପଠାଇବାର କୌଶଳ ଜାଣିଛନ୍ତି ।

ଶିବମ ବନାମ ପାକ୍ ସ୍ପିନର୍

ସେହିପରି ଶିବମ ଦୁବେଙ୍କୁ ସ୍ପିନ୍ ବୋଲିଂ ଭଲ ଲାଗେ । ସ୍ପିନ୍ ବୋଲରଙ୍କୁ ସେ ନିର୍ଘାତ ପ୍ରହାର କରନ୍ତି । ପାକିସ୍ତାନ ପକ୍ଷରୁ ଅବରାର ଅହମ୍ମଦ ଏବଂ ସଦାବ୍ ଅହମ୍ମଦ ଦୁଇ ସ୍ପିନର୍ ମ୍ୟାଚରେ ଖେଳିବେ ଶିବମଙ୍କ ପାଇଁ ଭଲ ହେବ । ଦୁବେ ପଡିଆରେ କିଛି ସମୟ ବିତାଇଲେ ସ୍ପିନ ବଲରେ ସେ ବିଶାଳ ଛକା ଲଗାଇପାରିବେ ।