ମୂଷା ଅଠାରେ ପଡ଼ିଲା ସାପ, ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ

Published By : Prameya-News7 Bureau | May 06, 2025 IST

ବ୍ରହ୍ମପୁର: ମୂଷା ଅଠାରେ ପଡ଼ିଲା ସାପ। ପ୍ରାୟ ୨୦ ମିନିଟ ଧରି ହେଲା ଛଟପଟ । ଖବର ପାଇ ସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ। ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ପିତାତଳି ସୁବର୍ଣ୍ଣପୁର ଗ୍ରାମରେ।

ଗାଁର ଆଲୋକ ରଞ୍ଜନ ପାତ୍ର ଘରେ ମୂଷା ଅଠା ଖଞ୍ଜିଥିଲେ। ହେଲେ ଏହି ଅଠାରେ ମୂଷା ବଦଳରେ ଏକ ବଡ଼ ନାଗ ସାପ ଫସିଥିଲା। ଆଉ ଯେତେ ଚେଷ୍ଟା କଲେବି ସାପଟି ବାହାରି ପାରିନପାରି ଛଟପଟ ହେଇ କିଛି ସମୟ ପରେ ନିସ୍ତେଜ ହୋଇଯାଇଥିଲା। 

ସେପଟେ ସାପକୁ ଦେଖି ଭୟରେ ପରିବାର ଲୋକେ ସ୍ନେକ୍ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ। ଖବର ପାଇଁ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ରାମଚନ୍ଦ୍ର ସାହୁ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ସାପକୁ ଅଠା ଯନ୍ତାରୁ ଭିଡ଼ି ବାହାର କରିଥଲେ।  ମାତ୍ର ସାପର ଶରୀର ଅଧିକାଂଶ ଭାଗରେ ଅଠା ଲାଗିଯାଇଥିବାରୁ ଏହାକୁ ଛଡ଼ାଇବା ତାଙ୍କ ପକ୍ଷରେ ସମ୍ଭବ ହୋଇନଥିଲେ। ତେବେ ଏହା ପରେ ସେ ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ ଜଗନ୍ନାଥ ସାହୁ ସହଯୋଗ ଏବଂ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ପରାମର୍ଶ କ୍ରମେ ନଡ଼ିଆ ତେଲ ଦ୍ବାରା ସାପ ଦେହରୁ ଅଠା ଛଡ଼ାଇଥିଲେ।

ପ୍ରାୟ ୨୦ ମିନିଟର ପରିଶ୍ରମ ପରେ ସାପ ଶରୀରରୁ ସବୁ ଅଠା ସଫା କରାଯାଇଥିଲା। ଏହା ପରେ ରାମଚନ୍ଦ୍ର ସାହୁ ସାପଟିକୁ ଗ୍ରାମ ଠାରୁ ଦୂରରେ ଏକ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.