ବାଂଲାଦେଶୀ ଯୁବ ନେତା ଉଷ୍ମାନ ହଦୀକୁ ଢାକା ବିଚ୍ ରାସ୍ତାରେ ଗୁଳିମାଡ଼, ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ

NEWS7
small-brother-hatya-to-big-brother-in-baragada

ଢାକା ୧୩।୧୨: ବାଂଲାଦେଶ ସାଧାରଣ ନିର୍ବାଚନର ୨ ମାସ ପୂର୍ବରୁ ରାଜଧାନୀ ଢାକାରେ ଘଟି ଯାଇଛି ରାଜନୈତିକ ହିଂସା। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ମୁଖର ସମାଲୋଚକ ତଥା ଦକ୍ଷିଣପନ୍ଥୀ ଯୁବ ନେତା ସରିଫ ଉଷ୍ମାନ ହାଦୀକୁ ଢାକାରେ ଗୁଳି ମାଡ଼ ହୋଇଛି। ହାଦୀ ନିର୍ବାଚନ ପ୍ରଚାର କରୁଥିବା ବେଳେ ବିଜୋୟନଗର ଅଞ୍ଚଳରେ ଏହି ଗୁଳିକାଣ୍ଡ ହୋଇଛି। ଆକ୍ରମଣକାରୀ ହାଦୀର ମୁଣ୍ଡକୁ ଏକାଧିକ ରାଉଣ୍ଡ ଗୁଳି ଚାଳନା କରି ମୋଟର ସାଇକେଲରେ ଫେରାର ହୋଇଯାଇଛନ୍ତି। ହାଦି ଗୁରୁତର ଆହତ ହୋଇଥିବା ବେଳେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଢାକା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ଉଷ୍ମାନ ହାଦୀର ସ୍ୱାସ୍ଥ୍ୟାବସ୍ଥା ଏବେ ଜଟିଳ ଥିବା କୁହାଯାଉଛି। ଡାକ୍ତର ଶନିବାର କହିଛନ୍ତି ଯେ ଆଗାମୀ କିଛି ଘଣ୍ଟା ତା ଲାଗି ଗୁରୁତ୍ୱପୂର୍ଣ୍ଣ। ପୋଲିସ ଅନୁସାରେ ୩ ଜଣ ମୋଟର ସାଇକେଲ ଆରୋହୀ ଏହି ଗୁଳିକାଣ୍ଡ କରିଛନ୍ତି। ଆକ୍ରମଣ କାଳରେ ହାଦୀ ଲୋକଙ୍କ ସହ ସମ୍ପର୍କ କରୁଥିଲେ। ଏଣୁ ପ୍ରାର୍ଥୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରିଫ ଉଷ୍ମାନ ହଦୀ ଶେଖ ହସିନାଙ୍କ ବିରୋଧୀ ସଙ୍ଗଠନ ‘ଇନକିଲାବ ମଞ୍ଚ’ର ମୁଖପାତ୍ର। ସେ ଆଗାମୀ ସଂସଦୀୟ ନିର୍ବାଚନରେ ଢାକା-୮ ଆସନରୁ ସ୍ୱାଧୀନ ଲଢିବ ବୋଲି ଘୋଷଣା କରିଥିଲେ।

ମିଡିଆ ରିପୋର୍ଟ ଅନୁସାରେ ଆକ୍ରମଣର କିଛିଘଣ୍ଟା ପୂର୍ବରୁ ହାଦୀ ସୋସିଆଲ ମିଡିଆରେ ଭାରତର ‘ସେଭେନ ସିଷ୍ଟର୍ସ’ ଅର୍ଥାତ ପୂର୍ବୋତ୍ତର କ୍ଷେତ୍ରକୁ ଦର୍ଶାଇ ଏକ ବିବାଦୀୟ ନକ୍ସା ଅପଲୋଡ କରିଥିଲା। ଏହି ପୋଷ୍ଟରେ ସେ ଏକ ବୈଠକର ଆହ୍ୱାନ ମଧ୍ୟ ଦେଇଥିଲା। ‘ବେଙ୍ଗଲ ଓ ବଙ୍ଗାଳୀଙ୍କ ପ୍ରାରମ୍ଭିକ କାହାଣୀ’ ଶୀର୍ଷକ ବୈଠକ କରିଥାନ୍ତା। ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ମହମଦ ୟୁନୁସ ଏହା ଏକ ଚିନ୍ତାଜନକ ଘଟଣା ବୋଲି କହିଛନ୍ତି। ନିର୍ବାଚନୀ ପରିବେଶରେ ଏପରି ହିଂସା ଅସ୍ୱୀକାର୍ଯ୍ୟ ବୋଲି ୟୁନୁସ କହିଥିବା ବେଳେ ଆକ୍ରମଣକାରୀଙ୍କୁ ଯଥାଶୀଘ୍ର ଚିହ୍ନଟ କରିବାକୁ ସୁରକ୍ଷା ଏଜେନ୍ସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜନୈତିକ କାର୍ଯ୍ୟକର୍ତ୍ତା ତଥା ଲେଖକ ସରିଫ ଉଷ୍ମାନ ହାଦୀକୁ ପୂର୍ବରୁ ମଧ୍ୟ ହତ୍ୟା ଧମକ ମିଳୁଥିଲା। ନଭେମ୍ବର ୨୦୨୫ରେ ତାକୁ ଫେସବୁକ୍ ରେ ପାଖାପାଖି ୩୦ଟି ଧମକପୂର୍ଣ୍ଣ ବାର୍ତ୍ତା ମିଳିଥିଲା। ସେ ଏହାକୁ ସାର୍ବଜନିକ ଭାବେ ଘୋଷଣା ମଧ୍ୟ କରିଥିଲା। ହାଦୀ ଡିସେମ୍ବର ୨୦୨୪ରେ ଆବାମୀ ଲିଗ୍ ଉପରେ ଛାତ୍ର ହତ୍ୟା ଅଭିଯୋଗ କରିଥିଲା। ସେ ଶେଖ ହସିନାଙ୍କ ନିମନ୍ତେ ଇସ୍ଲାମ ଅପରାଧ ନ୍ୟାୟାଧିକରଣ ଦେଇଥିବା ମୃତ୍ୟୁଦଣ୍ଡାଦେଶକୁ ସ୍ୱାଗତ କରିବା ସହ ଏହି ଦଣ୍ଡକୁ ଏକ ‘ଉଦାହରଣ’ ବୋଲି କହିଥିଲା।