ରାଜଧାନୀରେ ହାଣିଲେ ସୁନା ଗହଣା ଲୁଟିଲେ : ଗିରଫ ହେଲେ ୬ ଲୁଟେରା

Published By : Prameya-News7 Bureau | April 10, 2025 IST

ଭୁବନେଶ୍ବର ୧୦ରାଜଧାନୀରେ ହାଣିଲେ ସୁନା ଗହଣା ଲୁଟିଲେ । ୬ ଲୁଟେରାଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ । ଧରା ପଡିଥିବା ଲୁଟେରା ମାନେ ହେଲେ ବ୍ରିଟ୍ କଲୋନୀ ଉପର ସାହିର ଦୀପକ ମଲ୍ଲିକ, ଗୌତମ ନାୟକ, ସୁଶୀଲ ସାମନ୍ତ ସିଂହାର, ଝରଣା ସାହିର ପ୍ରୀତମ୍ ପାଢୀ, ପ୍ରମୋଦ ପାଢୀ ଓ କଟକ ମଧୁପାଟଣାର ଅଭିଜିତ ମହାନ୍ତି । 

ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖରେ ରାଜମହଲ କଳ୍ପନା ରାସ୍ତାରେ ଥିବା ଓଭରବ୍ରିଜ ଉପରେ ବ୍ୟବସାୟ ସାରି ଘରକୁ ଫେରୁଥିବା ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ତାଙ୍କ ଠାରୁ ସୁନା ଚେନ୍ ବ୍ରେସଲେଟ୍ ଓ ଟଙ୍କା ଛଡାଇ ନେଇଥିଲେ ଦୁର୍ବୃତ୍ତ । ୬ ଲୁଟେରାଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ ।ଘଟଣା ସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି କମିସନରେଟ୍ ପୋଲିସ ଏମାନଙ୍କ ନିକଟରୁ ଲୁଟ୍ ସୁନା ଗହଣା ସହିତ ଚାରୋଟି ବାଇକ୍, ୬ଟି ମୋବାଇଲ ଲୁଟେରା ମାନେ ପିନ୍ଧିଥିବା କିଛି ସୁନା ମିଶା ଚେନ୍, ମୁଦି ଓ ଟଙ୍କା ଜବତ କରିଛି ପୋଲିସ ।

You Can Read:

ପରିତ୍ୟକ୍ତ ଘିଅ ଫ୍ୟାକ୍ଟ୍ରିରେ ଚାଲିଥିଲା କାରବାର, ୩୫ କେଜି ଗଞ୍ଜେଇ ସହ ୨ ଗିରଫ, ଅନ୍ୟ ୪ ଅଟକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.