ମେ' ମାସର ଏହି ଦିନ ପାଳନ କରାଯିବ ସୀତା ନବମୀ, ଜାଣନ୍ତୁ ପୂଜାର ଶୁଭ ମୁହୂର୍ତ୍ତ ଏବଂ ବିଧି

Published By : Prameya-News7 Bureau | May 11, 2024 IST

ନୂଆଦିଲ୍ଲୀ: ବୈଶାଖ ମାସ ଶୁକ୍ଲ ପକ୍ଷର ନବମୀ ତିଥିରେ ସୀତା ନବମୀ ପାଳନ କରାଯିବ । ଧାର୍ମିକ ଶାସ୍ତ୍ର ଅନୁସାରେ, ଏହି ଦିନ ପୃଥିବୀର ଗର୍ଭରୁ ମାଆ ସୀତା ଦୁନିଆକୁ ଆସିଥିଲେ । ସନ୍ତାନଙ୍କ ପ୍ରାପ୍ତିର କାମନା ପାଇଁ ଯଜ୍ଞର ଭୂମି ହଳ କରୁଥିବା ଜନକଙ୍କୁ ପୁତ୍ରୀ ରୂପେ ସୀତା ଜୀ ମିଳିଥିଲେ । ତେବେ ଆସନ୍ତୁ ଆମେ ଜାଣିବା ୨୦୨୪ରେ ସୀତା ନବମୀ କେବେ ପାଳନ କରାଯିବ ଏବଂ ଏହି ଦିନ କେଉଁ ବିଧିରେ ଆପଣ ମାଆ ଜାନକୀଙ୍କ ପୂଜା ଆଧାରାନା କରାଯିବା ଦରକାର ।

୨୦୨୪ ମେ ୧୬ରେ ସୀତା ନବମୀ ପାଳନ କରାଯିବ । ନବମୀ ତିଥିର ଆରମ୍ଭ ମେ ୧୬ ଗୁରୁବାର ଦିନ ସକାଳ ୬ଟା ୨୨ ମିନିଟରୁ ହେବ ଏବଂ ଏହା ପରଦିନ ସକାଳ ୮ଟା ୨୨ ମିନିଟ୍ ଯାଏ ରହିବ । ସୀତା ନବୀନ ଦିନ ପୂର୍ବାର ଶୁଭ ମୁହୂର୍ତ୍ତ ସକାଳ ୧୧ଟା ୩ ମିନିଟରୁ ୧ଟା ୪୩ ମିନିଟ୍ ଯାଏ ରହିବ । ଏହି ସମୟରେ ମାତା ସୀତା ଏବଂ ଭଗବାନ ରାମଙ୍କ ପୂଜା କଲେ ଆପଣଙ୍କୁ ଶୁଭ ପରିଣାମ ମିଳିଥାଏ ।

ହିନ୍ଦୁ ଧର୍ମରେ ଅନ୍ୟ ପବିତ୍ର ଉତ୍ସବ ପରି ସୀତା ନବମୀ ଦିନ ସକାଳେ ଉଠି ସ୍ନାନ-ଧ୍ୟାନ କରିବା ଦରକାର । ଏହାପରେ ଘରେ ପୂଜା ସ୍ଥାନରେ ଲାଲ କପଡା ରଖି ତାହା ଉପରେ ଦରବାର ସଜାଇବା ଦରକାର । ଏହା ପରେ ଦୀପ-ଧୂପ ଜଳାଇ ପୂଜା ଆରମ୍ଭ କରାଯିବା ଦରକାର । ଯଦି ସୀତା ନବମୀ ଦିନ ଆପଣ ବିଧି-ବିଧାନରେ ମାଆ ସୀତାଙ୍କ ପୂଜା କରାଯାଏ ତେବେ ଆପଣଙ୍କ ପାରିବାରିକ ଜୀବନରେ ସୁଖ-ସମୃଦ୍ଧି ଆସିଥାଏ । ତେବେ ଧ୍ୟାନ ରଖନ୍ତୁ ଯେ ମାଆ ସୀତାଙ୍କ ସହ ଏହି ଦିନ ଭଗବାନ ରାମଙ୍କ ପୂଜା ମଧ୍ୟ ନିଶ୍ଚିତ କରିବେ । ଏହି ଦିନ ପୂଜା କରିବା ଦ୍ୱାରା ଆପଣଙ୍କୁ ଲକ୍ଷ୍ମୀ ମାଆଙ୍କ ଆଶୀର୍ବାଦ ମିଳିଥାଏ । କାରଣ ମାଆ ସୀତାଙ୍କୁ ଲକ୍ଷ୍ମୀ ମାଆଙ୍କ ଅବତାର ବୋଲି କୁହାଯାଏ । ମାଆ ସୀତାଙ୍କୁ ପୂଜା କଲେ ଆପଣଙ୍କ ଘରେ କଳହ ହୋଇନଥାଏ ଏବଂ ଆର୍ଥିକ ରୂପେ ଆପଣ ସମ୍ପନ୍ନ ହେବେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକ ଆସ୍ଥା ଏବଂ ଲୋକ ମାନ୍ୟତା ଉପରେ ଆଧାରିତ ଅଟେ । ଏହାର କୌଣସି ବି ବୈଜ୍ଞାନିକ ପ୍ରମାଣ ନାହିଁ । ପ୍ରମେୟ ନ୍ୟୁଜ୍ 7.କମ୍ କୌଣସି କଥାର ସତ୍ୟତାର ପ୍ରମାଣ ଦେଉ ନାହିଁ ।)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.