ଓଃ... ସମ୍ପର୍କ ଅଲଗା ପ୍ରକାର! ଏକାଠି ଚୋରି କରୁଥିଲେ ଶ୍ୱଶୁର-ଜ୍ୱାଇଁ, ୧୫ ଲକ୍ଷ ଲୁଟିବା ପରେ ଧରିଲା ପୋଲିସ

NEWS7
sit-meeting-held-at-cuttack-justice-arijit-pasayats-house

ବଲାଙ୍ଗିର: ଜିଲ୍ଲାବାହାରୁ ଆସି ବିଭିନ୍ନ ବ୍ୟାଙ୍କଗୁଡ଼ିକ ସମ୍ମୁଖରେ ବସୁଥିଲେ। ବ୍ୟାଙ୍କରୁ ବାହାରୁଥିବା ଲୋକଙ୍କୁ ନଜର ରଖୁଥିଲେ। ଶେଷରେ ସମୟ ସୁଯୋଗ ଦେଖି ସେମାନଙ୍କ ଡିକି ଭାଙ୍ଗି ଟଙ୍କା ଧରି ଚମ୍ପଟ ମାରୁଥିଲେ। ଏଭଳି ଢଙ୍ଗରେ ଛତିଶଗଡ଼ ମହାସମୁନ୍ଦ ଏବଂ ଓଡିଶାର ବଲାଙ୍ଗିର ସମେତ କଳାହାଣ୍ଡି, ନୂଆପଡା ଆଦି ଜିଲ୍ଲା ଲୁଟ ଚଳେଇଥିବା ଏକ ଶଶ୍ୱର-ଜାଇଁ ଗ୍ୟାଙ୍ଗକୁ ବଲାଙ୍ଗିର ପୁଲିସର ସ୍ପେଶିଆଲ ଟିମ କାବୁ କରିଛି।

ଏଥିରେ ପୁଲିସ ରାୟଗଡ଼ର କାପୁ ଥାନା ଅନ୍ତର୍ଗଥ ପଣ୍ଡରାପାଟର ବାସିନ୍ଦାଶ୍ୱଶୁର ପ୍ରମୋଦି ସିଂ ନାଟ ଏବଂ କାଠିଆର ବିହାର କୋରା ଥାନା ଅନ୍ତର୍ଗତ ଜୋରାବଗଞ୍ଜ ବାସିନ୍ଦା ତଥା କ୍ୱାଇଁ ପ୍ରିନ୍ସ ସିଂଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ପୁଲିସ ଏକ ଦେଶୀ ବନ୍ଧୁକ, ଏକ ଡିକି ଭଙ୍ଗା ସାମଗ୍ରୀ, ଏକ ବାଇକ ଜବତ କରିଛି। ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ ପୁଲିସ ସେମାନେ ସହରରେ କିଭଳି ଲୁଟ କରୁଥିଲେ ତାହାର ମଧ୍ୟ ସିସିଟିଭି ଫୁଟେଜ ଜବତ ପାଇଥିବା ଏସପି ଅଭିଳାସ ଜୀ ସୂଚନା ଦେଇଛନ୍ତି ।

ପୁଲିସର ସୂଚନାଅନୁସାରେ, ଗତ ଅଗଷ୍ଟ ୪ତାରିଖରେ ଗେଟସରୋବର ପଡାର ତରନୀସେନ କୁମ୍ଭାର ଟାଉନ ଥାନାରେ ବନ୍ଧୁକ ଦେଖାଇ ଲୁଟର ଶିକାର ହୋଇଥିବା ନେଇ ଏତଲା ଦେଇଥିଲେ। ସେ ଏଚଡିଏଫସି ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇ ତାଙ୍କ ସ୍କୁଟିରେ ନେଇ ଯାଉଥିବାବେଳେ ଖଦାଲପଡାଠାରେ ଦୁର୍ବୃତ୍ତମାନେ ଆସି ଲୁଟିନେଇଥିବା କହିଥିଲେ। ଏହାପରେ ଟାଉନ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଯାହାପରେ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଏବଂ ଗୁଇନ୍ଦା ସୂଚନା ଆଧାରରରେ ଅଭିଯୁକ୍ତ ଦ୍ଵୟଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଥିଲା।

ଏହାପୂର୍ବରୁ ଅଭିଯୁକ୍ତ ଦ୍ଵୟ ଟିଟିଲାଗଡ଼ରେ ୩ଲକ୍ଷ ୮୩ହଜାର, ବଲାଙ୍ଗିର ସହରରେ ୨୦୨୪ ମସିହାରେ ୨ଲକ୍ଷ, ୨୦୨୫ରେ ୩ଲକ୍ଷ ଏବଂ ୧ଲକ୍ଷ ୨୦ହଜାର ଟଙ୍କାର ଲୁଟିଥିଲେ। ସେହିପରି କଳାହାଣ୍ଡି ଜିଲ୍ଲାର ଟାଉନ ଥାନା ଅଞ୍ଚଳରୁ ୫ଲକ୍ଷ ଏବଂ ଜୁନାଗଡ଼ ଥାନା ଅଞ୍ଚଳରୁ ୩ଲକ୍ଷ ୫୦ହଜାର ଟଙ୍କା ଲୁଟିବାରେ ସାମିଲ ଥିଲେ ବୋଲି ପୁଲିସ କହିଛି । ଏହାବାଦ ରାଜ୍ୟ ବାହାରର ମହାସମୁନ୍ଦ ଜିଲ୍ଲାର ବିଭିନ୍ନ ଲୁଟ ଘଟଣାରେ ମଧ୍ୟ ସେମାନେ ସାମିଲ ଥିବା ପୁଲିସ କହିଛି।