୬ ଲକ୍ଷ ଲିଟର ପରେ ଲିଭିଲାନି ସୁପର ମାର୍ଟ ନିଆଁ, ସବୁ ଆଗ୍ନିକଙ୍କୁ ବାହାରକୁ ଆସିବାକୁ ନିର୍ଦ୍ଦେଶ

NEWS7
sit-meeting-end

ଭୁବନେଶ୍ୱର ୨୪।୦୨ : ସୁପରମାର୍ଟ ଅସୁରକ୍ଷିତ । ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ସୁପର ମାର୍ଟ ଏବେ ଅସୁରକ୍ଷିତ । ପୁରା ବିଲଡିଂକୁ ଅସୁରକ୍ଷିତ ଘୋଷଣା କରିଛି ଅଗ୍ନିଶମ ବାହିନୀ । ସବୁ ଆଗ୍ନିକଙ୍କୁ କୋଠା ବାହାରକୁ ଆସିବା ପାଇଁ ନିର୍ଦ୍ଦେଶ ଦେଲା ଅଗ୍ନିଶମ ବାହିନୀ । ଏବେ ପାଖ ବିଲ୍ଡିଂକୁ ସୁରକ୍ଷା ଦେବା ଉପରେ ଗୁରୁତ୍ୱ ଦେବାକୁ ଅଗ୍ନିଶମ ବାହିନୀର ନିର୍ଦ୍ଦେଶ ।

 

ଗତ ୧୩ ଘଣ୍ଟା ହେଲା ଜଳୁଛି ଭୁବନେଶ୍ଵର ଲିଙ୍ଗିପୁର ନିକଟ ସୁପର ମାର୍ଟ। ହୁତୁହୁତୁ ହୋଇ ଜଳୁଛି ବିଲ୍ଡିଂ। ଆଡଭାନ୍ସ ଟେକ୍ନୋଲୋଜି ସହ ୪୦ରୁ ଉର୍ଦ୍ଧ୍ଵ ଦମକଳ ଗାଡି ନିଆଁ ଲିଭାଇବାରେ ଲାଗିଛନ୍ତି। ପାଣି କି ଫୋମ୍ କେଉଁଥିରେ ବି ନିଆଁ ଲିଭୁନି। ନାକେଦମ ହେଇସାରିଲାଣି ଅଗ୍ନିଶମ ବାହିନୀ। ଅତ୍ୟଧିକ ଦହନଶୀଳ ସାମଗ୍ରୀ ଥିବାରୁ ନିଆଁ ଆୟତ୍ତକୁ ଆସୁନି। ବର୍ତ୍ତମାନ ଯାଏଁ ୬ଲକ୍ଷ ଲିଟର ପାଣି ସ୍ପ୍ରେ କରାସରିଲାଣି । ତଥାପି ନିଆଁକୁ ଆୟତ୍ତ କରାଯାଇପାରୁନାହିଁ । ଗୋଟିଏ ପାଣି ଟାଙ୍କିରେ ୧୫ ହଜାର ଲିଟର ପାଣି ରହିଥାଏ । ବର୍ତ୍ତମାନ ଯାଏଁ ୪୦ ଟ୍ୟାଙ୍କର ପାଣି ସ୍ପ୍ରେ ସରିଲାଣି । ଲଗାତର ପାଣି ମାଡ଼ ଏବେ ନିଆଁ ଲାଗିବା ଦ୍ୱାରା ତରଳିଗଲାଣି ଛାତ ରଡ୍, କାନ୍ଥ ଫାଟି ବାହାରୁଛି ନିଆଁ। ତେଣୁ କେଉଁ ସମୟରେ ବି ଭୁଶୁଡ଼ିଯିବ ସୁପରମାର୍ଟ ବିଲ୍ଡିଂ। ଯାହାଫଳରେ ସୁପର ମାର୍ଟ ବିଲ୍ଡିଂକୁ ଅସୁରକ୍ଷିତ ଘୋଷଣା କରାଯାଇଛି । ଯାହାଫଳରେ ବିଲ୍ଡିଂରେ ଥିବା ଆଗ୍ନିକମାନଙ୍କୁ ତୁରନ୍ତ ବିଲ୍ଡିଂ ବାହାରକୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।