ରାଉରକେଲା ୭।୬: କୋର୍ଟରେ ହାଜର ହେବା ପରେ ଜେଲ୍ ଗଲେ ବାରୁଦ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ । ବିସ୍ଫୋରକ ଲୁଟ୍ ଘଟଣାରେ ଶ୍ରବଣ ଅଗ୍ରୱାଲଙ୍କ ଦୁଇ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଶନିବାର ତାଙ୍କୁ ରାଉରକେଲା କୋର୍ଟରେ ହାଜର କରାଯାଇଥିଲା । ଏହାପରେ ତାଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି । ସ୍ୱାମୀ-ସ୍ତ୍ରୀଙ୍କୁ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରିଥିଲା SIT ଓ GST ଟିମ୍ । ଏହା ସହିତ ସ୍ତ୍ରୀ ନିକିତା ଏବଂ ସ୍ୱାମୀ ଶ୍ରବଣ ଅଗ୍ରୱାଲକୁ ମୁହାଁମୁହିଁ ଜେରା କରିଥିଲେ ରାଉରକେଲା ଏସ୍ପି । SIT ପ୍ରାୟ ୩୦ରୁ ଉର୍ଦ୍ଧ୍ବ ସ୍ୱାମୀ-ସ୍ତ୍ରୀକୁ ପ୍ରଶ୍ନ ପଚାରିଥିଲେ । କେତେ ଦିନ ଧରି ଏ ବେପାର ଚଳାଉଥିଲେ ? ବିସ୍ଫୋରକ କେଉଁଠୁ ଆସୁଥିଲା ? କେଉଁଠିକୁ ଯାଉଥିଲା ? ଲାଇସେନ୍ସ କେବେ ଠାରୁ ଅପଣଙ୍କ ନାଁରେ ରହିଛି ? ଯେଉଁ ସବୁ ଖଣିକୁ ବିସ୍ଫୋରକ ଯାଉଥିଲା ଆପଣଙ୍କ ସ୍ୱାମୀ ପଠାଉଥିବା ନେଇ ଆପଣଙ୍କ ନିକଟରେ କୌଣସି ତଥ୍ୟ ଅଛି କି ? ଆର୍ଥିକ କାରବାର କିଛି ବୁଝୁଥିଲେ କି ? ଆପଙ୍କ ଅଜାଣତରେ ସ୍ୱାମୀ ଏ ବିସ୍ଫୋରକ ବେଆଇନ ଭାବେ ଏଭଳି କାରବାର କରିଥିଲେ କି ? ଏହିଭଳି ପ୍ରାୟ ୩୦ରୁ ଉର୍ଦ୍ଧ୍ବ ପ୍ରଶ୍ନ ପଚାରିଥିଲେ SIT ଟିମ୍ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଭଳି ଅନେକ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲିଥିଲା ଟିମ୍ । SIT ଟିମ୍ ନିକଟରେ ସଠିକ୍ ଉତ୍ତର ରଖିପାରି ନଥିବା ନେଇ ସୂଚନା ମିଳିଛି l
ଶ୍ରବଣଙ୍କ ରିମାଣ୍ଡ ଅବଧି ଶେଷ ହୋଇଥିବାରୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଶ୍ରବଣଙ୍କୁ କୋର୍ଟରୁ ଜେଲ୍କୁ ପଠାଇ ଦିଆଯାଇଛି ।
You Can Read:
ବନ୍ଦ ଘରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର, ପ୍ରେମ ସମ୍ପର୍କରୁ ମୃତ୍ୟୁ ସନ୍ଦେହ