ନୂଆଦିଲ୍ଲୀ ୫।୬: ଆଇପିଏଲର ସବୁଠୁ ଲୋକପ୍ରିୟ ଓ ମହଙ୍ଗା ଟିମ୍ ମଧ୍ୟରେ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ (ଆରସିବି) ଅନ୍ୟତମ। ଦୀର୍ଘ ୧୮ ବର୍ଷ ପରେ ଆରସିବି ପ୍ରଥମ ଥର ଆଇପିଏଲ ଚାମ୍ପିୟନ ହୋଇଛି। ଏହି ଐତିହାସିକ ବିଜୟରେ ଟିମ୍ ର ପୂର୍ବ ମାଲିକ ବିଜୟ ମାଲ୍ୟା ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇଛନ୍ତି। ତେବେ ତାଙ୍କର ଏହି ଖୁସି ତାଙ୍କୁ ମହଙ୍ଗା ପଡିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ତାଙ୍କ ଟ୍ୱିଟ୍ ରେ ପ୍ରତିକ୍ରିୟା ଦେଇଥିବା ବେଳେ ବିଜୟ ମାଲ୍ୟା ଖୁବ୍ ଟ୍ରୋଲ ହେଉଛନ୍ତି।
RCB are IPL Champions finally after 18 years. Superb campaign right through the 2025 tournament. A well balanced team Playing Bold with outstanding coaching and support staff. Many congratulations ! Ee sala cup namde !!
— Vijay Mallya (@TheVijayMallya) June 3, 2025
ପଳାତକ ଘୋଷିତ ମଦ ବ୍ୟବସାୟୀ ଏବେ ବ୍ରିଟେନରେ ରହୁଛନ୍ତି। ଆରସିବି ବିଜୟରେ ସେ ଏକ୍ସ ରେ ଶୁଭେଚ୍ଛା ଜଣାଇଥିଲେ। ସେ ଲେଖିଛନ୍ତି ଶେଷରେ ଆରସିବି ୧୮ ବର୍ଷ ପରେ ଆପିଏଲ ଚାମ୍ପିୟନ ହୋଇଛି। ୨୦୨୫ରେ ଟିମ୍ ର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି। ବହୁତ ବହୁତ ଶୁଭ କାମନା ‘ଇ ସାଲା କପ ନାମଦେ’। ଏହି ଟ୍ୱିଟ୍ କୁ ୫୧ଲକ୍ଷରୁ ଅଧିକ ୟୁଜର ଦେଖିଛନ୍ତି ଓ ହଜାର ହଜାର ଲୋକେ ପ୍ରତିକ୍ରିୟା ଦେଇଛନ୍ତି। ତେବେ ଏଥିରେ ସବୁଠୁ ଚର୍ଚ୍ଚିତ ପ୍ରତିକ୍ରିୟା ଟି ରହିଛି ଏସବିଆଇର ।
ବିଜୟ ମାଲ୍ୟାଙ୍କ ଟ୍ୱିଟରେ ଏସବିଆଇ ଲେଖିଛନ୍ତି ଯେ ‘ସାର ଭାରତ ଆସନ୍ତୁ, ମିସିକି ସେଲିବ୍ରେଟ କରିବା’। ଏହି ଜବାବ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି ଓ ହର୍ଷ ଗୋୟଙ୍କାଙ୍କ ଭଳି ପ୍ରତିଷ୍ଠିତ ଉଦ୍ୟୋଗପତି ମଧ୍ୟ ପରିହାସ ପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ବିଜୟ ମାଲ୍ୟାଙ୍କ ଉପରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ପାଖାପାଖି ୯,୯୦୦ କୋଟି ଟଙ୍କାର ଋଣ ବାକି ରହିଛି। ମାଲ୍ୟା ଏହି ଋଣ ଏସବିଆଇଙ୍କ ନେତୃତ୍ୱରେ ବ୍ୟାଙ୍କମାନଙ୍କ ସମୂହ ଦେଇଛନ୍ତି।
ଏହି ଋଣ ରାଶି ଅସୁଲ ନିମନ୍ତେ ଭାରତ ସରକାର ଓ ଏଜେନ୍ସୀ ଗତ କିଛି ବର୍ଷ ହେଲା ଉଦ୍ୟମ କରୁଛନ୍ତି। ତେବେ ୨୦୧୬ ମସିହାରେ ମାଲ୍ୟା ଲୁଚି ବ୍ରିଟେନ ପଳାଇଛନ୍ତି । ଭାରତୀୟ ବ୍ୟାଙ୍କମାନଙ୍କ ଋଣ ଟଙ୍କା ପାଇଁ ତାଙ୍କୁ ବ୍ରିଟେନରେ ଗିରଫ କରାଯାଇଥିବା ବେଳେ ତାଙ୍କ ଭାରତ ପ୍ରତ୍ୟାର୍ପଣ ପାଇଁ ଯୋଜନା କରାଯାଉଛି। ତେବେ ସେ ପ୍ରତ୍ୟାର୍ପଣକୁ ବିରୋଧ କରି ଆସୁଛନ୍ତି।