ଭୁବନେଶ୍ୱର : ପରିବେଶ ପ୍ରଦୂଷଣ ରୋକିବା ପାଇଁ ପୁଣି ଏକ ପଦକ୍ଷେପ। ସରକାରୀ ଅଫିସରେ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା। ସରକାରୀ ବୈଠକ ଓ ସଭା ସମିତିରେ ପ୍ଲାଷ୍ଟିକ ଲାଗିଥିବା ଫୁଲ ତୋଡ଼ା, ଉପହାର, ପ୍ଲାଷ୍ଟିକ ଖାଦ୍ୟ ପୁଡିଆ, ପ୍ଲେଟ୍ ଓ ପ୍ଲାଷ୍ଟିକ୍ କପ୍ ବ୍ୟବହାର ହେବନି। ଏମିତି କି ଥର୍ମୋକଲ୍ ପ୍ଲେଟ ଓ ବାଉଲ୍ ବି ବ୍ୟବହାର ହୋଇ ପାରିବ ନାହିଁ। ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସବୁ ବିଭାଗର ସଚିବଙ୍କୁ ଲେଖିଛନ୍ତି ଚିଠି। ସେଥିରେ ଉଲ୍ଲେଖ ଅଛି ଯେ, ବିଭିନ୍ନ କନଫରେନ୍ସ, ମିଟିଂ , ୱାର୍କସପ ଓ ଆନୁଷ୍ଠାନିକ ଏକତ୍ରିକରଣରେ ପ୍ଲାଷ୍ଟିକ୍ ବଦଳରେ ଷ୍ଟିଲ୍ ଓ ତମ୍ବା ବଟଲ ବ୍ୟବହାର କରବାକୁ କୁହା ଯାଇଛି।
ଏହା ସହ ପ୍ଲାଷ୍ଟିକ୍ ଥର୍ମୋକଲ୍ ପ୍ଲେଟ୍, ଟ୍ରେ , ବାଉଲ, ଗ୍ଲାସ୍, କପ୍ ଓ ପ୍ଲାଷ୍ଟିକ୍ ଚାମଚ୍ ପରି ପ୍ଲାଷ୍ଟିକର ଅନ୍ୟାନ୍ୟ ପାତ୍ର ସବୁ ବ୍ୟାନ୍ କରାଯାଇଛି। ଅଫିସରେ ପଲିଥିଲ୍ ବ୍ୟାଗ ବି ବ୍ୟାନ କରାଯାଇଛି। ଏହା ବଦଳରେ ପେପର, ଝୋଟ ଓ କପଡ଼ା ବ୍ୟାଗ୍ ବ୍ୟବହାର କରିବାକୁ କୁହାଯାଉଛି। ଅଫିସ୍ ସମୟରେ ଖାଦ୍ୟ ଜିନିଷ ଯେମିତିକି ଲିକ୍ୱିଡ୍ ଆଇଟମ୍ ହେଉକି ଅନନ୍ୟା କେଉଁ ଖାଦ୍ୟ ପଲିଥିନ୍ କିମ୍ବା ପ୍ଲାଷ୍ଟିକ୍ କପ୍ ରେ ନ ଆଣି ଷ୍ଟିଲ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ହୋଇଛି। ଏମିତି କି ଏଥର ଅଫିସରେ ଫୁଲ ତୋଡ଼ା, ଗିଫ୍ଟ ଆଇଟମ୍ ପ୍ଲାଷ୍ଟିକ ଜରିରରେ ଆଉ ରାପ କରିହେବନି , ଏ ସବୁକୁ ଶକ୍ତ ବାରଣ କରାଯାଇଛି।