ମହିଳା ଫ୍ୟାନ୍‌ଙ୍କ ଓଠକୁ ଚୁମା ଦେଇ ଫସିଲେ ଉଦିତ ନାରାୟଣ: ଭିଡିଓ ଭାଇରାଲ୍ ପରେ କହିଲେ ମୁଁ ଭଦ୍ର ଲୋକ

Published By : Prameya-News7 Bureau | February 01, 2025 IST

indiatoday

ମୁମ୍ବାଇ: ବିବାଦରେ ଫସିଲେ ବଲିଉଡ୍‌ର ଲୋକପ୍ରିୟ ଗାୟକ ଉଦିତ ନାରାୟଣ। ମ୍ୟୁଜିକ କନସର୍ଟରେ ଫ୍ୟାନ୍‌ଙ୍କ ଓଠରେ ଚୁମା ଦେଇ ଉଦିତ ନାରାୟଣ ଏବେ ସମାଲୋଚନାର ଶିକାର ହୋଇଛନ୍ତି। ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଗାୟକ। ଉଦିତ ନାରାୟଣ କହିଛନ୍ତି ଯେ ଏହା ଫ୍ୟାନ୍‌ଙ୍କର ମୋ ପ୍ରତି ଥିବା ଭଲପାଇବା, ପାଗଳପଣ(ଦିୱାନଗୀ)। କିଛି ଲୋକ କଥାକୁ ବଢାଇବାକୁ ଚେଷ୍ଟା କରନ୍ତି। ହେଲେ ମୁଁ ଜଣେ ଭଦ୍ର ଲୋକ। 

ହିନ୍ଦୁସ୍ତାନ ଟାଇମ୍ସକୁ ପ୍ରତିକ୍ରିୟା ଦେଇ ଉଦିତ ନାରାୟଣ କହିଛନ୍ତି “ଫ୍ୟାନ ଏମିତି ଦିୱାନା ହୁଅନ୍ତି, ଆମେ ଏମିତି ନୋହୁଁ। ଆମେ ଖୁବ୍ ଡିସେଣ୍ଟ ଲୋକ।” କିଛି ଲୋକ ଏହାକୁ ବଢ଼ାଇ ଦିଅନ୍ତି, ଏହା ଜରିଆରେ ବି ସେମାନେ ତାଙ୍କ ଭଲପାଇବା ଦେଖାନ୍ତି। ଏବେ କଥା ବଢ଼େଇ ଏବେ କ’ଣ ଲାଭ ବୋଲି ଉଦିତ ନାରାୟଣ କହିଛନ୍ତି।  

ସେ ଆହୁରି କହିଛନ୍ତି ଭିଡ଼ରେ ଏତେ ଲୋକ ଅଛନ୍ତି। ଆମ ବଡି ଗାର୍ଡ଼ମାନେ ବି ରହୁଛନ୍ତି। କିନ୍ତୁ ପ୍ରଶଂସକମାନେ ଭାବନ୍ତି ଯେ ସେମାନଙ୍କୁ ଭେଟିବାର ସୁଯୋଗ ମିଳୁଛି, ତେଣୁ କେହି ହାତ ମିଳାଇବା ପାଇଁ ହାତ ବଢ଼ାନ୍ତି, ତ କେହି ହାତକୁ ଚୁମା ଦିଅନ୍ତି। ୟେ ସବୁ ପାଗଳପଣ। ଏଥିରେ ଏତେ ଧ୍ୟାନ ଦେବା ଉଚିତ ନୁହେଁ। 

ଉଦିତ ନାରାୟଣଙ୍କର ଦୁଇଟି ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଗୋଟିଏରେ ଭିଡିଓରେ ଜଣେ ମହିଳା ଫ୍ୟାନ ଉଦିତଙ୍କ ସହ ସେଲ୍‌ଫୀ ନେବା ପରେ ତାଙ୍କ ଗାଲକୁ ଚୁମା ଦେଉଛନ୍ତି, ହେଲେ ଉଦିତ ନାରାୟଣ ତାଙ୍କ ମଥାକୁ ଧରି ମହିଳାଙ୍କ ଓଠକୁ କିସ୍ କରିଦେଉଛନ୍ତି। ଏହାପରେ ଆଉ ଜଣେ ମହିଳା ଫ୍ୟାନ୍‌ ତାଙ୍କୁ ହଗ୍ କରିବାକୁ ଆସିଥିଲେ। ହେଲେ ଉଦିତ ତାଙ୍ଗ ମଥାକୁ ଧରି ଓଠରେ ଚୁମା ଦେଇଥିଲେ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.