LIVE TV
LIVE TV

ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ, ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ଫେକ୍ ଔଷଧ

NEWS7
singapore-president-reached-at-bhubaneswar-on-friday

ଭୁବନେଶ୍ୱର ୦୨।୧୧ : ସାବଧାନ! ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ। ପାନ-୪୦, ପାନଟପ, ଟେଲମା, ପାରାସିଟାମଲ ପରି ୮୦ ନକଲି ଔଷଧ ବଜାରରେ ବୁଲୁଛି । ଏପରି ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ନକଲି ମେଡିସିନ। ଆଉ ୩୮୮ଟି ନିମ୍ନ ମାନର ମେଡିସିନ ବଜାରରେ ବୁଲୁଛି ।

ତେବେ ଗତ ୪ ବର୍ଷରେ ଅଢେଇ କୋଟିର ଅଧିକ ଟଙ୍କାର ନକଲି ମେଡିସିନ ଜବତ କରିସାରିଲେଣି ସରାକର । ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଲିଖିତ ଉତ୍ତରରେ ଏହି ତଥ୍ୟ ସାମ୍ନାକୁ ଆସିଛି । ୨୦୨୧ ରୁ ୨୦୨୪-୨୫ ଭିତରେ ୧୬୮ଟି ନକଲି ମେଡିସିନ ଚିହ୍ନଟ ହୋଇଛି । ସେହିଭଳି ୩୮୮ଟି ନିମ୍ନମାନର ମେଡିସିନ ଯାହାକି ଆବଶ୍ୟକୀୟ ଗୁଣବତ୍ତା ଏବଂ ପ୍ରଭାବଶାଳୀ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି ।  ଅର୍ଥାତ NSQ ବା NOT OF STANDARD QUALITY । ୨୦୨୧ରେ ୭୯ଟି, ୨୦୨୨ରେ ୬୪ ଟି, ୨୦୨୩ରେ ୧୪ଟି ଏବଂ ୨୦୨୪ରେ ୧୧ଟି ନକଲି ମେଡିସିନ ଚିହ୍ନଟ ହୋଇଛି ।