ଭଦ୍ରକ ୧୧।୦୮ : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତରା କେନାଲ ବନ୍ଧରେ ନବମ ଶ୍ରେଣୀଙ୍କୁ ଦୁଷ୍କର୍ମ ଘଟଣା । ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପୀଡିତା ଓ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିଲେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା । ଭଦ୍ରକ ମେଡିକାଲରେ ପହଞ୍ଚି ଡାକ୍ତର ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ତେବେ ସାକ୍ଷାତ ପରେ ସିମୁଳିଆ ବିଧାୟକ କହିଛନ୍ତି ଯେ, ଘଟଣା ପରେ ଅଭିଯୁକ୍ତ ପାଣିରେ ଲୁଚି ରହିଥିଲା । ସ୍ଥାନୀୟ ଲୋକେ ଅଭିଯୁକ୍ତକୁ କାବୁ କରିଥିଲେ। ପୋଲିସ ମଧ୍ୟ ସଠିକ୍ କାର୍ଯ୍ୟନୁଷ୍ଠାନ ନେଇଛି । ବାଲେଶ୍ଵର ଏସପି ଘଟଣାସ୍ଥଳରେ ତଦନ୍ତ ପରେ ଭଦ୍ରକ ମେଡିକାଲରେ ପୀଡ଼ିତାଙ୍କୁ ଭେଟିବେ। ମୁଖ୍ୟମନ୍ତ୍ରୀଙ୍କ ସହ ଘଟଣା ବିଷୟରେ କଥା ହୋଇଛନ୍ତି । ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦିଆଯିବ। ଦୃଢ଼ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ନହେବା ଯାଏଁ ସେ ନିଜେ ଜଗିରହିବେ । ମେଡିକାଲରୁ ଯିବା ପରେ ପୁଣି ମୂଖ୍ୟମନ୍ତ୍ରୀଙ୍କ ସହ କଥା ହେବେ। ସେହିପରି ଭଦ୍ରକ ଏଡିଏମ୍ କହିଛନ୍ତି ଯେ, ନାବାଳିକାଙ୍କୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି । ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।