ନୂଆଦିଲ୍ଲୀ: ରେକର୍ଡ ଭାଙ୍ଗିଲା ରୁପା ଦର। ସୋମବାର ସର୍ବ ଭାରତୀୟ ସ୍ତରରେ ରୁପା ଦର ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ରିପୋର୍ଟ ଅନୁସାରେ ସୋମବାର ଏକ କିଲୋଗ୍ରାମ ରୂପାର ମୂଲ୍ୟ ୨,୨୨୭ ଟଙ୍କା ବୃଦ୍ଧି ପାଇ ୧,୧୬, ୧୩୩ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ଜୁଲାଇ ୨୩ରେ ରୁପା ସର୍ବାଧିକ ୧,୧୫,୮୫୦ ଟଙ୍କା ଛୁଇଁଥିଲା। ସେହିଭଳି ଭୁବନେଶ୍ବରରେ ରୁପାରେ ୧ ହଜାର ଟଙ୍କା ବୃଦ୍ଧି ହୋଇ କେଜି ମୂଲ୍ୟ ୧, ୩୧, ୦୦୦ ଟଙ୍କାରେ ପହଞ୍ଚିଛି।
ମନିକଣ୍ଟ୍ରୋଲର ଏକ ରିପୋର୍ଟ ଅନୁସାରେ, ୨୦୨୫ ଶେଷ ସୁଦ୍ଧା ରୁପା ୩୪% ବୃଦ୍ଧି ପାଇ କେଜି ମୂଲ୍ୟ ୧, ୪୬, ୦୦୦ କୋଟି ଛୁଇଁପାରେ। ସେହିଭଳି ଇଣ୍ଡିଆନ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA)ଅନୁସାରେ ୧୦ ଗ୍ରାମ ସୁନା ମୂଲ୍ୟ ୧,୧୩୦ ଟଙ୍କା ବୃଦ୍ଧି ପାଇ ୧,୦୦,୪୮୮ ଟଙ୍କାରେ ପହଞ୍ଚିଛି। ଶୁକ୍ରବାର ଏହା ୧୦ ଗ୍ରାମ ପିଛା ୯୯,୩୫୮ ଟଙ୍କା ଥିଲା। ଅଗଷ୍ଟ ୮ରେ ସୁନାର ମୂଲ୍ୟ ସର୍ବକାଳୀନ ସର୍ବାଧିକ ୧,୦୧,୪୦୬ ଟଙ୍କା ଥିଲା।