ଦ୍ୱାରିକା ଦୁର୍ଘଟଣା :’SUVରେ ରିଲ୍ସ କରୁଥିଲେ ନାବାଳକ, ଯେଉଁଥି ପାଇଁ ମୋ ପୁଅ ମରିଗଲା’...ନ୍ୟାୟ ମାଗିଲେ ମାଆ

NEWS7
sidharth-malhotra-changed-his-social-media-photo-with-kiara-advani

ନୂଆଦିଲ୍ଲୀ, ୧୭/୦୨ : ଫେବ୍ରୁଆରୀ ୩ ତାରିଖରେ ଦିଲ୍ଲୀରେ ଘଟିଥିଲା ଏକ ଛାତିଥରା ଦୁର୍ଘଟଣା । ଏଥିରେ ଜଣେ ୨୩ ବର୍ଷୀୟ ଯୁବକ ସାହିଲ ଧାନେଶ୍ରାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କୁ ଜଣେ ନାବାଳକ ଏସୟୁଭିରେ ଧକ୍କା ଦେଇଥିଲେ । ଏବେ ଏହି ଘଟଣାରେ ମୃତ ଯୁବକଙ୍କ ମାଆ ଏକ ବଡ କଥା କହିଛନ୍ତି ।

ରିପୋର୍ଟ ଅନୁସାରେ, ସାହିଲ ରାସ୍ତାରେ ବାଇକରେ ଯାଉଥିବା ବେଳେ ତାଙ୍କୁ ଏକ ସ୍କର୍ପିଓ ଧକ୍କା ଦେଇଥିଲା । ଏହାକୁ ୧୭ ବର୍ଷୀୟ ଜଣେ ନାବାଳକ ଚଳାଉଥିଲେ । ଦୁର୍ଘଟଣାଟି ଦିଲ୍ଲୀ-ଦ୍ୱାରିକା ରାଜପଥରେ ଘଟିଥିଲା । ଦୁର୍ଘଟଣା ପେର ନାବାଳକଙ୍କୁ ପୋଲିସ ଗିରଫ କରିଥିଲା । ପରେ ଜାମିନ ମିଳିଛି ।

ଏହି ଖବରଟି ପଢନ୍ତୁ... ସଲମାନଙ୍କ ବାପା ସଲିମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି

ଦୁର୍ଘଟଣାକୁ ନେଇ ମୃତ ଯୁବକଙ୍କ ମାଆ କହିଛନ୍ତି ଯେ, ସେ ଏକା ହୋଇଯାଇଛନ୍ତି । ନାବାଳକଜଣଙ୍କ ତାଙ୍କ ବାପାଙ୍କ ସ୍କର୍ପିଓ ଚଲାଉଥିଲେ । ସେ ତାଙ୍କ ଭଉଣୀଙ୍କୁ ଧରି ରାସ୍ତାରେ ରିଲ୍ସ କରୁଥିଲେ । ରିଲ୍ସରେ ସ୍କର୍ପିଓ ଦ୍ରୁତ ଗତିରେ ଯାଉଥିବା ଦେଖିବାକୁ ମିଳିଛି । ସେମାନେ ଭୁଲ ଲେନରେ ଗାଡି ଚାଳନା କରୁଥିଲେ । ନାବାଳକ ଜଣଙ୍କ ଷ୍ଟଣ୍ଚ କରୁଥିବା ବେଳେ ଭଉଣୀ ଏହାର ଭିଡିଓ କରୁଥିଲେ ।

ସେ ଆହୁରି କହିଛନ୍ତି ଯେ, ଏଫଆଇଆରରେ ସେ ପୁଅର ମୃତ୍ୟୁ ଏକ ଦୁର୍ଘଟଣା ନୁହେଁ ବରଂ ଅପରାଧିକ ଘଟଣା ବୋଲି ଦର୍ଶାଇଛନ୍ତି । ପୂର୍ବରୁ ଅଭିଯୁକ୍ତଙ୍କ ବିରୋଧରେ ଚାଲାଣ ରହିଛି । ସେ ପୂର୍ବରୁ ଦ୍ରୁତ ଗତିରେ ଗାଡି ଚାଳନା କରିଛନ୍ତି । ଫାଇନ୍ ବି ଦେଇଛନ୍ତି । କିଛି ନାବାଳକ ବଡ ଘରର ପିଲା ବୋଲି ମନଇଚ୍ଛା କାମ କରୁଛନ୍ତି । ଧନି ବାପା ଅଛନ୍ତି ବୋଲି ଦଣ୍ଡରୁ ମୁକୁଳି ଯାଉଛନ୍ତି । ଯଦି ରାସ୍ତାରେ ଛାତ୍ରମାନେ ସୁରକ୍ଷିତ ନୁହେଁ ତାହାଲେ କିଏ ସୁରକ୍ଷିତ ବୋଲି ମାଆ ପଡାରିଛନ୍ତି ।

ମାଆଙ୍କ ଭିଡିଓ ମେସେଜ୍

ଭିଡିଓ ମେସେଜରେ ମୃତ ସାହିଲଙ୍କ ମାଆ କହିଛନ୍ତି ଯେ, ତାଙ୍କର ସ୍ୱାମୀ ନାହାଁନ୍ତି । ସେ ନିଜେ ପୁଅକୁ ଛୋଟରୁ ବଡ କରିଛନ୍ତି । କିନ୍ତୁ ଅନ୍ୟ କାହା ପାଇଁ ପୁଅର ଜୀବନ ଚାଲିଯାଇଛି । ଏବେ ସେ ଅସହାୟ ହୋଇ ପଡିଛନ୍ତି । ଆହୁରି ମଧ୍ୟ ଭିଡିଓରେ ସେ ଗଣମାଧ୍ୟମଠୁ ଆରମ୍ଭ କରି ସମସ୍ତଙ୍କୁ ନ୍ୟାୟ ପାଇଁ ଗୁହାରି କରିଛନ୍ତି ।