ଆଖଣ୍ଡଳମଣିଙ୍କ ପୀଠରେ ଶିବବିବାହ ଉତ୍ସବ ପ୍ରସ୍ତୁତି, ଆଗେଇ ଚାଲିଛି ବିବାହ ମଣ୍ଡପ ତୋରଣ ଓ ବେଦୀ ନିର୍ମାଣ କାର୍ଯ୍ଯ

Published By : Prameya-News7 Bureau | June 09, 2024 IST

ଚାନ୍ଦବାଲି ୯।୬: ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶିବବିବାହ ଉତ୍ସବ ଆସନ୍ତା ୧୧ ତାରିଖରେ ମହା ଆଡମ୍ବର ସହ ପାଳିତ ହେବ।   ଦେବଦମ୍ପତିଙ୍କ  ବିବାହ ଉତ୍ସବ ଲୌକିକ ଓ ବୈଦିକ  ରୀତିନୀତିରେ ହେଉଥିବାରୁ ଚଳିତବର୍ଷ ମନୋନୀତ ହୋଇଥିବା  ବରପିତା କେଦାରନାଥ ପାଢୀ ଓ କନ୍ଯାପିତା ଗଦାଧର ପାଢୀଙ୍କ ଘରେ ସାଜସଜା ଚାଲିଥିବା ବେଳେ ବନ୍ଧୁପରିଜନଙ୍କୁ ନିମନ୍ତ୍ରଣପତ୍ର ଓ ମଙ୍ଗୁଳା  ଗୁଆ ବଣ୍ଟାଯାଇ ବିବାହ ଉତ୍ସବରେ ସାମିଲି ହେବାକୁ ନିମନ୍ତ୍ରଣ କରାଯାଉଛି । 

ଅନ୍ଯପଟେ ବିବାହ ଉତ୍ସବ ଯେପରି ଶାନ୍ତିଶୃଙ୍ଖଳା ସହ ସମାପନ ହେବ ସେଥିପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଠରେ ସମୀକ୍ଷା କରାଯାଇଛି । ଭଦ୍ରକ ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ  ଉପଜିଲ୍ଲାପାଳ ତଥା ମନ୍ଦିରଟ୍ରଷ୍ଟି ମନୋଜ ପାତ୍ର ପୀଠରେ ପହଞ୍ଚି ସମସ୍ତ ପ୍ରସ୍ତୁତି କାର୍ଯ୍ଯର ସମୀକ୍ଷା କରିବା ସହିତ ମନ୍ଦିର ଅତିଥି ଭବନରେ ସେବାୟତ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ମନ୍ଦିର ଟ୍ରଷ୍ଟବୋର୍ଡ ସଭ୍ଯ, ବରିଷ୍ଠ ସେବାୟତ, ମନ୍ଦିର ପରିଚାଳକ, ପୋଲିସ ଅଧିକାରୀ, ବ୍ଲକ ଅଧିକାରୀ, ଜଳପରିମଳ ବିଭାଗର ଅଧିକାରୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ । ବିଶେଷକରି ବିବାହ ଉତ୍ସବଦିନ ବରଧରା ଶୋଭାଯାତ୍ରା ଓ ବରାନୁଗମନ ଶୋଭାଯାତ୍ରରେ ଅଧିକ ସଂଖ୍ଯକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୀଠରେ ୨୪ଘଣ୍ଟିଆ ବିଜୁଳି ସେବା ସହ ପାନୀୟଜଳ, ସ୍ବାସ୍ଥ୍ଯ ସେବା ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଉପଜିଲ୍ଲାପାଳ ଆଲୋଚନ କରିଥିଲେ  l 

You Can Read :

ରାସ୍ତାରୁ ତଳକୁ ଖସିଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ହେଲପର

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.