ଫେବ୍ରୁଆରୀ ମାସର ଶ୍ରେଷ୍ଠ ବ୍ୟାଟର ଶୁବମନ ଗିଲ୍; ଆଇସିସି ତାଲିକାରେ ସ୍ଥାନ ପାଇଲେ ସ୍ମିଥ୍ ଓ ଫିଲିପ୍ସ

Published By : Prameya-News7 Bureau | March 08, 2025 IST

ଦୁବାଇ, ୦୮/୦୩: ଆଇସିସି ପକ୍ଷରୁ ଶ୍ରେଷ୍ଠ ଖେଳାଳି ତାଲିକା ଘୋଷଣା । ଫେବ୍ରୁଆରୀ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ଲିଷ୍ଟ ଜାରି ହୋଇଛି । ଏହି ତାଲିକାରେ ୩ଜଣ ବ୍ୟାଟର ସ୍ଥାନ ପାଇଛନ୍ତି । ସେମାନେ ହେଲେ ଟିମ୍‌ ଇଣ୍ଡିଆର ଶୁଭମନ ଗିଲ, ଅଷ୍ଟ୍ରେଲିଆର ଷ୍ଟିଭେନ୍‌ ସ୍ମିଥ୍‌ ଓ ନ୍ୟୁଜିଲାଣ୍ଡର ଗ୍ଲେନ୍‌ ଫିଲିପ୍ସ । 

ଶୁବମନ ଗିଲ୍‌ ଫେବ୍ରୁଆରୀ ମାସରେ ଇଂଲଣ୍ଡ ବିପକ୍ଷ ୫ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ୧୦୧.୫୦ ହାରରେ ମୋଟ୍ ୪୦୬ରନ୍‌ କରିଥିଲେ । ସେ ୮୭, ୬୦ ଏବଂ ୧୧୨ରନ୍‌ର ଜବରଦସ୍ତ ଇନିଂସ୍‌ ଖେଳି ଦଳକୁ ୩-୦ରେ ସିରିଜ୍ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଏବଂ ପ୍ଲେୟାର ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ । ଏହାପରେ ସେ ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ବିପକ୍ଷରେ ୧୦୧, ପାକିସ୍ତାନ ବିପକ୍ଷରେ ୪୬ରନର ଇନିଂସ୍‌ ଖେଳିଥିଲେ । ଭାରତ ଉଭୟ ମ୍ୟାଚ୍ରେ ବିଜୟୀ ହୋଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.