ଗୁଜୁରାଟ-ହାଇଦ୍ରାବାଦ ମ୍ୟାଚ୍‌ରେ ହଙ୍ଗାମା...ଅମ୍ପାୟାରଙ୍କ ସହ ଦୁଇ ଥର ଝଗଡା କଲେ GT ଅଧିନାୟକ

Published By : Prameya-News7 Bureau | May 03, 2025 IST

ନୂଆଦିଲ୍ଲୀ ୦୩/୦୫: ଶୁକ୍ରବାର ଆଇପିଏଲ୍‌ରେ ଥିଲା ହାଇଦ୍ରାବାଦ ଗୁଜୁରାଟ ଟାଇଟନ୍ସ ମୁକାବିଲା । ଏହି ହାଇସ୍କୋରିଂ ମ୍ୟାଚରେ ୩୮ ରନରେ ଜିତିଛି ଗୁଜୁରାଟ । ଗୁଜୁରାଟର ତିନି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ଫଳରେ ଦଳ କରିଥିଲା ୨୨୪ ରନ କରିଥିଲା । ତେବେ ଏହି ମ୍ୟାଚରେ ଆଗ୍ରେସିଭ୍ ମୁଡରେ ନଜର ଆସିଥିଲେ ଅଧିନାୟକ ଶୁଭମନ ଗିଲ୍ । ଥରେ ନୁହେଁ ବରଂ ୨ ଦୁଇ ଥର ଅମ୍ପାୟାରଙ୍କ ଉପରେ ରାଗିଥିବା ନଜର ଆସିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ପ୍ରଥମେ ଯେତେବେଳେ ରନଆଉଟ ହୋଇ ଗିଲ୍ ପାଭିଲିୟନ ଫେରୁଥିଲେ ସେତେବେଳେ ପ୍ରଥମେ ସେ ବିରକ୍ତ ଥିବା ଭଳି ଦେଖା ଦେଇଥିଲେ । ଏହା ୧୩ତମ ଘଟିଥିଲା ଓଭରରେ । ସେ ରନ ଆଉଟ୍ ହୋଇଥିବାବେଳେ ଏଭଳି ଲାଗୁଥିଲା କି, ପ୍ରଥମେ ଗ୍ଲୋବସ ବାଜିଛି । ପରେ ଟିଭି ଅମ୍ପାୟାର ଏହାକୁ ରନ ଆଉଟ୍ ଦେଇଥିଲେ । ଏହାପରେ ସେ ଶାନ୍ତ ହୋଇଥିଲେ । 


ସେହିପରି ଦ୍ୱିତୀୟ ଥର ଗୁଜରାଟ ବୋଲିଂ ସମୟରେ ମଧ୍ୟ ଗିଲ୍ ବିରକ୍ତିଭାବ ପ୍ରକାଶ କରିଥିଲେ । ପ୍ରସିଦ୍ଧ କ୍ରିଷ୍ଣାଙ୍କ ଏକ ଫୁଲଟସ୍ ବଲଟି ଅଭିଶେକ ଶର୍ମାଙ୍କ ପ୍ୟାଡରେ ବାଜିଥିଲା । ଆଉ ଅମ୍ପାୟାର ଏହାକୁ ଆଉଟ୍ ଦେଇନଥିଲେ । ଯାହାକୁ ନେଇ ରାଗି ଯାଇଥିଲେ ଗିଲ୍ । ସେ ଅମ୍ପାୟାରଙ୍କ ସହ ଯୁକ୍ତି କରିଥିବା ଦେଖିବାକୁ ମିଳିଥିଲା । 

  • IPL 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.