ନୂଆଦିଲ୍ଲୀ: ଶ୍ରାବଣ ମାସ ଭଗବାନ ଶିବଙ୍କୁ ସମର୍ପିତ ହୋଇଥାଏ । ଏହି ସମୟରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ରହିଥାନ୍ତି ଏବଂ ପ୍ରଭୁ ଭୋଳାନାଥ ସୃଷ୍ଟିର କାର୍ଯ୍ୟଭାର ସମ୍ଭାଳିଥାନ୍ତି । ଏଥିପାଇଁ ଶ୍ରାବଣରେ ଭଗବାନ ଶିବଙ୍କ ପୂଜାର୍ଚ୍ଚନା ଦ୍ୱାରା ଫଳ ପ୍ରାପ୍ତି ହୋଇଥାଏ । ଏହାସହ ଯଦି ଶ୍ରାବଣ ମାସରେ ଅପଣଙ୍କୁ କିଛି ବିଶେଷ ସ୍ୱପ୍ନ ଅସେ, ତେବେ ଏହାକୁ ଭଗବାନ ଶିବଙ୍କ କୃପାର ସଂକେତ ବୋଲି ଧରାଯାଏ । ଆସନ୍ତୁ ବିସ୍ତୃତରେ ଜାଣିବା ଏହିପରି ଛଅ ସ୍ୱପ୍ନ ବିଷୟରେ ଯାହାକୁ ଭଗବାନ ଶିବଙ୍କ ସଂକେତ ବୋଲି ଧରାଯାଏ ।
ଧ୍ୟାନ ମୁଦ୍ରାରେ ଭଗବାନ ଶିବଙ୍କ ସ୍ୱପ୍ନ
ଯଦି ଶ୍ରାବଣ ମାସରେ ଆପଣ ନିଜ ସ୍ୱପ୍ନରେ ଭଗବାନ ଶିବଙ୍କୁ ଧ୍ୟାନ ମୁଦ୍ରା ବସିଥିବା ଦେଖନ୍ତି, ତେବେ ଭୋଳାନାଥଙ୍କ ଅପାର କରୁଣା ଆପଣଙ୍କ ଉପରେ ବର୍ଷା ହୋଇପାରେ । ଏହିପରି ସ୍ୱପ୍ନ ଆସିବା ଦ୍ୱାରା ଆପଣ ସମାଜରେ ପ୍ରତିଷ୍ଠା ପାଇପାରନ୍ତି, ଅନେକ ବଡ଼ ଉପଲବ୍ଧି ପାଇପାରନ୍ତି । ଏହାସହ ଏପରି ସ୍ୱପ୍ନ ଆସିବା ଦ୍ୱାରା ଆପଣଙ୍କ ଆଧ୍ୟାତ୍ମିକ ବିକାଶ ମଧ୍ୟ ହୋଇପାରିବ ।
ଧଳା ସାପର ସ୍ୱପ୍ନ ଦେଖିବା
ଶ୍ରାବଣ ମାସରେ ଧଳା ସାପ ସ୍ୱପ୍ନ ଆସିବା ଶୁଭ ଧରାଯାଏ ଏବଂ ଏହା ଭଗବାନ ଶିବଙ୍କ କୃପାର ପ୍ରତୀକ ଅଟେ । ଏହି ସ୍ୱପ୍ନ ଏହା ମଧ୍ୟ ସଂକେତ ଦିଏ ଯେ ଭଗବାନ ଶିବ ଆପଣଙ୍କ ରକ୍ଷା କରୁଛନ୍ତି ।
ଶିବଲିଙ୍ଗର ସ୍ୱପ୍ନ
ଯଦି ଶ୍ରାବଣ ମାସରେ ଆପଣ ସ୍ୱପ୍ନରେ ଶିବଲିଙ୍ଗଙ୍କୁ ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ ଅଟେ । ଶିବଲିଙ୍ଗର ସ୍ୱପ୍ନ ଦର୍ଶାଉଛି ଯେ ଭଗବାନଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିଛି । ଏହି ସ୍ୱପ୍ନ ଆପଣଙ୍କ ଆଧ୍ୟାତ୍ମିକ ବିକାଶକୁ ଦର୍ଶାଇଥାଏ । ଏହି ସ୍ୱପ୍ନ ଆସିବା ଦ୍ୱାରା ଆପଣଙ୍କ ଘର ପରିବାରେ ଖୁସି ଏବଂ ସୁଖ-ସମୃଦ୍ଧି ଆସିପାରେ ।
ସ୍ୱପ୍ନରେ ନନ୍ଦିଙ୍କ ଦର୍ଶନ
ଶ୍ରାବଣ ମାସରେ ସ୍ୱପ୍ନରେ ନନ୍ଦିଙ୍କ ଦର୍ଶନ ମଙ୍ଗଳକାରୀ ହୋଇଥାଏ ବୋଲି ବିଶ୍ୱାସ ରହିଛି । ନନ୍ଦି ହେଉଛନ୍ତି ଭୋଳାନାଥଙ୍କ ବାହନ । ଏହି କାରଣରୁ ଆପଣ ନନ୍ଦିଙ୍କୁ ସ୍ୱପ୍ନରେ ଦେଖିଲେ ଆପଣଙ୍କ ମନୋକାମନା ପୂର୍ଣ୍ଣ ହୋଇପାରେ । ଏହାସହ କାର୍ଯ୍ୟରେ ସଫଳତା ମିଳିପାରେ । ସନ୍ତାନ ପକ୍ଷ ସହ ଜଡ଼ିତ କୌଣସି ସମାଚାର ମିଳିପାରେ ।
ଗଙ୍ଗ ନଦୀର ସ୍ୱପ୍ନ
ଶ୍ରାବଣ ମାସରେ ଗଙ୍ଗା ନଦୀକୁ ସ୍ୱପ୍ନରେ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଗଙ୍ଗା ମାତା ଭଗବାନ ଶିବଙ୍କ ଜଟାରେ ବିଜାରମାନ ତେଣୁ ଏହି ସ୍ୱପ୍ନ ଏହା ମଧ୍ୟ ସଂକେତ ଦେଉଛି ଯେ ମାନସିକ ରୂପେ ଆପଣଙ୍କ ମଧ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ । ଏହାସହ ଆପଣଙ୍କ ସମସ୍ୟାର ସମାଧାନ ମଧ୍ୟ ହୋଇପାରେ ।
ତ୍ରିଶୂଳର ସ୍ୱପ୍ନ ଆସିବା
ତ୍ରିଶୂଳ ଭଗବାନ ଶିବଙ୍କ ପ୍ରମୁଖ ହତିଆର ଏବଂ ଶ୍ରାବଣ ମାସରେ ଯଦି ଏହା ଆପଣଙ୍କ ସ୍ୱପ୍ନରେ ଆସନ୍ତି ତେବେ ଏହାକୁ ଶୁଭ ସଂକେତ ଧରାଯାଏ । ଏହି ସ୍ୱପ୍ନ ଏହା ମଧ୍ୟ ସଂକେତ ଦେଉଛି ଯେ ଆପଣଙ୍କ ଜୀବନର କଷ୍ଟ ଦୂର ହେବ ଏବଂ ଆପଣଙ୍କୁ ସଫଳତା ମିଳିବ ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକ ଆସ୍ଥା ଏବଂ ଲୋକ ମାନ୍ୟତା ଉପରେ ଆଧାରିତ ଅଟେ । ଏହାର କୌଣସି ବି ବୈଜ୍ଞାନିକ ପ୍ରମାଣ ନାହିଁ । ପ୍ରମେୟ ନ୍ୟୁଜ୍ 7 ଡଟ୍ କମ୍ କୌଣସି କଥାର ସତ୍ୟତାର ପ୍ରମାଣ ଦେଉ ନାହିଁ ।)