ରାଖୀ ବାନ୍ଧିବା ପାଇଁ ଭଉଣୀ ଭାଇ ଘରକୁ ଯିବା ଦରକାର ନା ଭାଇ ଭଉଣୀ ଘରକୁ ? ଜାଣନ୍ତୁ କ'ଣ କହୁଛି ପୁରୁଣା

Published By : Prameya-News7 Bureau | August 08, 2025 IST

ଭୁବନେଶ୍ୱର: ୨୦୨୫ ଅଗଷ୍ଟ ୯ରେ ରକ୍ଷା ବନ୍ଧନ ପର୍ବ ପାଳନ କରାଯିବ । ଭାଇ ଏବଂ ଭଉଣୀଙ୍କ ପବିତ୍ର ସମ୍ପର୍କ ପାଇଁ ଏହି ଦିନଟି ଉତ୍ସର୍ଗ । ଏହି ଦିନ ଭଉଣୀମାନେ ସେମାନଙ୍କ ଭାଇଙ୍କ ହାତରେ ରକ୍ଷା ସୂତ୍ର ବାନ୍ଧିଥାନ୍ତି । ଚଳିତ ବର୍ଷ ରାଖୀ ପୂର୍ଣ୍ଣିମାରେ ସାରା ଦିନ ରାଖୀ ବାନ୍ଧିବା ପାଇଁ ଶୁଭ ବୋଲି ବିବେଚନା କରାଯାଏ । ଏହି ଦିନ ପରସ୍ପରଠାରୁ ଦୂରରେ ରହୁଥିବା ଭାଇ ଏବଂ ଭଉଣୀମାନେ ଭେଟନ୍ତି । ତେବେ ଏଠି ପ୍ରଶ୍ନ ଉଠେ ଯେ ରାଖୀ ଦିନ ଭାଇ ଭଉଣୀ ଘରକୁ ଯିବା ଉଚିତ ନା ଭଉଣୀ ଭାଇ ଘରକୁ ଯିବା ଉଚିତ । ଯଦି ଏହି ପ୍ରଶ୍ନ ଆପଣଙ୍କୁ ମନକୁ ଆସୁଛି, ତେବେ ଆସନ୍ତୁ ଏହାର ଉତ୍ତର ଜାଣିବା ।

ଧାର୍ମିକ ବିଶ୍ୱାସ ଅନୁସାରେ, ରକ୍ଷାବନ୍ଧନ ଦିନ କେବଳ ଭଉଣୀ ହିଁ ଭାଇ ଘରକୁ ରାଖୀ ବାନ୍ଧିବା ପାଇଁ ଯିବା ଦରକାର । ବିଶେଷ କରି ଏହି ନିୟମ ବିବାହିତ ଭଉଣୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଯଦିଓ ବର୍ତ୍ତମାନ ସମୟରେ ଭାଇମାନେ ମଧ୍ୟ ରାକ୍ଷୀ ବାନ୍ଧିବା ପାଇଁ ନିଜ ଭଉଣୀ ଘରକୁ ଯାଆନ୍ତି, କିନ୍ତୁ ଶାସ୍ତ୍ର ଅନୁସାରେ ଏହା ଠିକ୍ ବୋଲି ଧାରାଯାଏ ନାହିଁ । ତେବେ ଭଉଣୀ କାହିଁକି ଭାଇ ଘରକୁ ରାଖୀ ବାନ୍ଧିବା ପାଇଁ ଯିବ ତାରା ବି ଏକ କାହାଣୀ ଅଛି । 

ରାଖୀ ସହ ଜଡିତ ପୌରାଣିକ କାହାଣୀ 

କିମ୍ବଦନ୍ତୀ ଅନୁସାରେ ଭଗବାନ ବିଷ୍ଣୁ ବାମନ ରୂପ ନେଇ ଦୁଇଟି ପାଦରେ ସ୍ୱର୍ଗ ଏବଂ ପୃଥିବୀ ମାପିଥିଲେ । ତୃତୀୟ ପାଦ ପାଇଁ ରାଜା ବଳି ଭଗବାନ ବିଷ୍ଣୁଙ୍କ ପାଦତଳେ ନିଜ ମୁଣ୍ଡ ରଖିଥିଲେ । ବଳିଙ୍କ ଦାନକୁ ଦେଖି ଭଗବାନ ବିଷ୍ଣୁ ଖୁସି ହୋଇ ବଳିଙ୍କୁ ପାତାଳ ଲୋକର ରାଜା କରିଥିଲେ । ଏହା ସହ ସେ ବଳିଙ୍କୁ ଏକ ବର ମାଗିବାକୁ କହିଥିଲେ । ରାଜା ବଳି ବର ମାଗିଥିଲେ ଯେ ଯେତେବେଳେ ସେ ଆଖି ଖୋଲିବେ, ସେ ଭଗବାନ ବିଷ୍ଣୁଙ୍କୁ ଦର୍ଶନ କରିପାରିବେ । ଏକ ପ୍ରକାର, ବଳି ଭଗବାନ ବିଷ୍ଣୁଙ୍କୁ ପାତାଳ ଲୋକରେ ରହିବାର ବର ମାଗିଥିଲେ ।  

ଏହା ପରେ, ଭଗବାନ ବିଷ୍ଣୁ ଅନେକ ଦିନ ପର୍ଯ୍ୟନ୍ତ ବୈକୁଣ୍ଠରେ ଆସିଲେ ନାହିଁ, ଯେଉଁଥିରେ ମାତା ଲକ୍ଷ୍ମୀ ଚିନ୍ତିତ ହୋଇଗଲେ । ଶ୍ରାବଣ ପୂର୍ଣ୍ଣିମା ଦିନ ମାତା ଲକ୍ଷ୍ମୀ ପାତାଳ ଲୋକରେ ପହଞ୍ଚି ରାଜା ବଳିଙ୍କୁ ରାଖୀ ବାନ୍ଧିଥିଲେ । ରକ୍ଷାସୂତ୍ର ବାନ୍ଧିବା ପରେ, ମାତା ଲକ୍ଷ୍ମୀ ତାଙ୍କ ଭାଇ ବଳିଙ୍କୁ ଭଗବାନ ବିଷ୍ଣୁଙ୍କୁ ବୈକୁଣ୍ଠକୁ ପଠାଇବାକୁ କହିଥିଲେ । ଲକ୍ଷ୍ମୀଙ୍କ କଥା ଗ୍ରହଣ କରି ଭଗବାନ ବିଷ୍ଣୁଙ୍କୁ ମୁକ୍ତ କରିଥିଲେ । ତା’ପରେ ଭଗବାନ ବିଷ୍ଣୁ ବଳିଙ୍କୁ ଏକ ଭରସା ଦେଇଥିଲେ ଯେ ସେ ଚାତୁର୍ମାସ ସମୟରେ ପାତାଳ ଲୋକରେ ବାସ କରିବେ । ଏହି କାହାଣୀ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ମାତା ଲକ୍ଷ୍ମୀ ତାଙ୍କ ଭାଇ ବଳିଙ୍କ ଘରକୁ ଯାଇଥିଲେ । ତେଣୁ, ଆଜି ମଧ୍ୟ ପ୍ରତ୍ୟେକ ଭାଇ ଏବଂ ଭଉଣୀ ଏହି ଧାର୍ମିକ ବିଶ୍ୱାସ ପାଳନ କରିବା ଉଚିତ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକ ଆସ୍ଥା ଏବଂ ଲୋକ ମାନ୍ୟତା ଉପରେ ଆଧାରିତ ଅଟେ । ଏହାର କୌଣସି ବି ବୈଜ୍ଞାନିକ ପ୍ରମାଣ ନାହିଁ । ପ୍ରମେୟ ନ୍ୟୁଜ୍ 7 ଡଟ୍ କମ୍ କୌଣସି କଥାର ସତ୍ୟତାର ପ୍ରମାଣ ଦେଉ ନାହିଁ ।)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.