ପରିବା ଦୋକାନୀଙ୍କୁ ଧାରୁଆ ଅସ୍ତ୍ରରେ ସଂଘବଧ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲ ସ୍ଥାନାନ୍ତର

Published By : Prameya-News7 Bureau | July 22, 2025 IST

ପୁରୁଷୋତ୍ତମପୁର ୨୨।୭: ଗଞ୍ଜାମ ଜିଲ୍ଲା ପୋଲସରା ସହର ଗୋପବନ୍ଧୁ ହାଇସ୍କୁଲ ଛକ ନିକଟ ପରିବା ଦୋକାନରେ ବସିଥିବା ଦୋକାନୀଙ୍କୁ ଧାରୁଆ ଅସ୍ତ୍ରରେ ସଂଘବଧ ଆକ୍ରମଣ ହୋଇଛି l ତିନିରୁ ଉର୍ଦ୍ଧ୍ବ ମୁଖାପିନ୍ଧା ଦୁର୍ବୃତ୍ତ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ l ଆକ୍ରମଣରେ ଗୁଡ଼ୁ ସାହୁ ନାମକ ଯୁବକ ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ତେବେ ଆକ୍ରମଣର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ କିଏ ଓ କାହିଁକି ଗୁଡ଼ୁଙ୍କୁ ଆକ୍ରମଣ କଲା ତାହାର ତଦନ୍ତ କରୁଛି ପୋଲିସ l




  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.