ଟାଟା ପଞ୍ଚ ଫେସଲିଫ୍ଟ ଭର୍ସନ ଲଞ୍ଚ:

NEWS7
shodasa-upachara-puja-ritual-begins-at-maa-biraja-temple

ନୂଆଦିଲ୍ଲୀ: ଟାଟା ମୋଟର୍ସ ଏହାର ସବୁଠାରୁ ଲୋକପ୍ରିୟ ମାଇକ୍ରୋ-SUV,ଟାଟା ପଞ୍ଚର ଫେସଲିଫ୍ଟ ଭର୍ସନକୁ ଭାରତରେ ଲଞ୍ଚ କରିଛି। ନୂଆ ଡିଜାଇନ, ନୂଆ ଟର୍ବୋ ଇଞ୍ଜିନ ସାଂଗକୁ ସେଗମେଣ୍ଟ ପାଷ୍ଟ ଫିଚର୍ସ ସହିତ ଏହି କାର୍ ମାର୍କେଟରେ ଜବରଦସ୍ତ ଏଣ୍ଟ୍ରି କରିଛି। ଟାଟାର ଏହି କାର ଏହାର ପ୍ରତିଦ୍ୱନ୍ଦ୍ୱୀ Hyundai Xcent,Citroen C3 ଏବଂ Maruti Ignisକୁ କଡ଼ା ଟକ୍କର ଦେଇପାରେ।

ନୂଆ ପଞ୍ଚର ଡିଜାଇନ୍ ଅନେକାଂଶରେ ଏହାର ପୁରୁଣା ଇଭି ଭର୍ସନ ଡିଜାଇନ ଭଳି ରହିଛି। କମ୍ପାନୀ ଏହାର ଫ୍ରଣ୍ଟ ଏବଂ ରିୟର ସାଇଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ଫଳରେ ନୂଆ ଭର୍ସନ ଅଧିକ ପ୍ରିମିୟମ୍ ଏବଂ ଆଧୁନିକ ଲୁକ୍ ଦେଇଛି।

ଏହି କାରରେ ୩୬୦-ଡିଗ୍ରୀ କ୍ୟାମେରା ଭଳି ସୁରକ୍ଷା ଫିଚର୍ସ ରହିଛି। ଏହାର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ମୂଲ୍ୟ ₹୫.୫୯ ଲକ୍ଷ ରଖାଯାଇଛି। କମ୍ପାନୀ ଏହାର ବୁକିଂ ଆରମ୍ଭ କରି ଦେଇଥିବା ବେଳେ ଖୁବ୍ ଶୀଘ୍ର ଡେଲିଭରି ବି ଆରମ୍ଭ ହେବ। ଭାରତରେ ଏହା Hyundai Xcent, Maruti Suzuki Fronx, Citroen C3, Maruti Ignis, Nissan Magnite, ଏବଂ Renault Kiger ସହିତ କଡ଼ା ଟକ୍କର ଦେବ।

ଟାଟା ପଞ୍ଚ୍ ଭାରତରେ ପ୍ରଥମେ ୨୦୨୧ ମସିହାରେ ଲଞ୍ଚ ହୋଇଥିଲା। ଏହା ପରେ ଅଗଷ୍ଟ ୨୦୨୩ ମସିହାରେ ଟ୍ୱିନ ସିଲିଣ୍ଡର ଟେକ୍ନୋଲୋଜୀ ସହିତ ସିଏନ୍ଜି ଭର୍ସନ ଲଞ୍ଚ କରିଥିଲା କମ୍ପାନୀ। ଏହାପରେ ପୁଣି ଜାନୁଆରୀ ୨୦୨୪ରେ ଅପଡେଟେଡ୍ ଲୁକ୍ ସାଂଗକୁ ନୂଆ ଫିଚର୍ସ ସହ ଏହାର ଇଲେକ୍ଟ୍ରିକ ସଂସ୍କରଣ ବି ଲଞ୍ଚ କରାଯାଇଥିଲା।

ନୂଆ ଫେସଲିଫ୍ଟ ଭର୍ସନରେ ଟର୍ବୋ ପେଟ୍ରୋଲ୍ ଅପସନ ଦିଆଯାଇଛି। ପୂର୍ବରୁ ଏହା ସାଧାରଣ ପେଟ୍ରୋଲ ଇଞ୍ଜିନ ସହ ଆସୁଥିଲା। ଟାଟା ପଞ୍ଚ ଏବେ CNG ସହିତ AMT (ଅଟୋମେଟିକ୍) ଗିଅରବକ୍ସ ଦେଉଥିବା ପ୍ରଥମ SUV ହୋଇଛି, ଯାହା ଏହାକୁ ସିଟି ଡ୍ରାଇଭିଂ ପାଇଁ Hyundai Xcent CNG ଅପେକ୍ଷା ଏକ ବିକଳ୍ପ କରୁଛି। ଟାଟା ପଞ୍ଚ ଫେସଲିଫ୍ଟରେ ଏକ ବଡ଼ ୧୦.୨୫ ଇଞ୍ଚ ସ୍କ୍ରିନ୍, ୩୬୦ ଡିଗ୍ରୀ କ୍ୟାମେରା ଏବଂ ଭେଣ୍ଟିଲେଟେଡ୍ ସିଟ୍ ଭଳି ଫିଚର୍ସ ରହିଛି।

ଟାଟା ପଞ୍ଚ ସୁରକ୍ଷା ଦିଗରୁ ଖୁବ୍ ପରିଚିତ। ଏହାକୁ ଭାରତ NCAP ରେଟିଂରେ ୫-ଷ୍ଟାର ମିଳିଛି। ଏହାର ପ୍ଲାଟଫର୍ମ (ALFA-ARC) ବହୁତ ଦୃଢ଼ ବୋଲି ବିବେଚନା କରାଯାଏ। ଫେସଲିଫ୍ଟରେ ୬ ଏୟାରବ୍ୟାଗ ଏବଂ ESP (ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି ପ୍ରୋଗ୍ରାମ) ଦିଆଯାଇଛି।