ପୁରୀ ଭୁବନେଶ୍ଵର ରାସ୍ତାରେ କିନ୍ନରଙ୍କୁ ହତ୍ୟା

NEWS7
shirdis-sai-temple-will-remain-closed-from-may-1

ଭୁବନେଶ୍ଵର: ପୁରୀ ଭୁବନେଶ୍ଵର ରାସ୍ତାର CIFA ନିକଟରେ କିନ୍ନରଙ୍କୁ ହତ୍ୟା । ମୃତ କିନ୍ନର ସାଲେପୁରର ଅଞ୍ଜଲି ବୋଲି ସୂଚନା । ଦୁଇ ଦୁବୃର୍ତ୍ତ ବାଇକରେ ଆସି ଛୁରୀ ଦ୍ଵାରା ଅଞ୍ଜଳି କୁ ହତ୍ୟା କରିଥିବା ଜଣା ପଡିଛି। ଦୁବୃର୍ତ୍ତ ମାନେ ଅଞ୍ଜଳି ମରିଯାଇଥିବା ଭାବି ଏକ ବାଲି ଗଦାରେ ଫୋପାଡି ଦେଇ ଚାଲିଯାଇଥିଲେ।

ପରବର୍ତ୍ତୀ ସମୟରେ ଅଞ୍ଜଳି ନିଜେ ଉଠି ନିକଟବର୍ତ୍ତୀ ରାସ୍ତାରେ ଥିବା ତାଙ୍କର ସହଯୋଗୀ ମାନଙ୍କୁ ଫୋନ ଯୋଗେ ଜଣାଇଥିଲେ । ଅଞ୍ଜଳିଙ୍କୁ ସହଯୋଗୀ କିନ୍ନର ମାନେ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ନେଇ ଆସିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଘଟଣା ସ୍ଥଳରେ ପିପିଲି ଓ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।