T-20 World Cup: ଟସ୍ ଜିତି ଆମେରିକାର ବୋଲିଂ ନିଷ୍ପତ୍ତି, ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ XIରୁ ବାଦ୍ ପଡ଼ିଲେ ମ୍ୟାଚ୍ ଓ୍ଵିନିଂ ଖେଳାଳି

NEWS7
shehbaz-sharifs-sleep-was-broken-after-the-blast-he-threatened-war-on-india-

ମୁମ୍ବାଇ: ଆଜିଠୁ ଆରମ୍ଭ ହୋଇ ଯାଇଛି ଟି-୨୦ ବିଶ୍ଵକପ୍ ମହାସମର। ପାକିସ୍ତାନ ଓ ନେଦରଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳା ଯାଇଥିବା ବେଳେ ଓ୍ଵେଷ୍ଟଇଣ୍ଡିଜ ଓ ସ୍କଟଲାଣ୍ଡ ମଧ୍ୟରେ ହୋଇଛି ଦ୍ଵିତୀୟ ମୁକାବିଲା। ଆଉ ତୃତୀୟ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଡିଫେଣ୍ଡିଂ ଚାମ୍ପିଅନ ଭାରତ ଓ ଆମେରିକା। ଏହି ମ୍ୟାଚ୍ ଜିତି ଭାରତ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଅନ୍ୟପଟେ ଆମେରିକା ବିଶ୍ଵ କ୍ରିକେଟରେ ନିଜର ସ୍ଵତନ୍ତ୍ର ଛାପ ଛାଡ଼ିବାକୁ ଉଦ୍ୟମ କରିବ। ମ୍ୟାଚରେ ଟସ୍ ଜିତି ଆମେରିକା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରିବ ଭାରତ।

ତେବେ ପ୍ରଥମ ମ୍ୟାଚରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଛନ୍ତି ତାରକା ବୋଲର ଯଶପ୍ରୀତ ବୁମରା। ଏହି ମ୍ୟାଚ୍ ବିଜେତା ଖେଳାଳିଙ୍କ ବିନା ଭାରତ ପଡ଼ିଆକୁ ଓହ୍ଲାଉଛି। ଆହତ କାରଣରୁ ବୁମରାଙ୍କୁ ଏହି ମ୍ୟାଚରୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସ୍ଥାନ ମିଳିଛି। ଆଶା ମୁତାବକ ନ୍ୟୁଜିଲାଣ୍ଡ ସିରିଜ୍ ଖେଳିଥିବା ବାକି ୧୦ ଖେଳାଳି ଚୂଡ଼ାନ୍ତ ଏକାଦଶରେ ରହିଛନ୍ତି। ​​​​​​​

ଭାରତୀୟ ଦଳ

ଅଭିଷେକ ଶର୍ମା, ଇଶାନ କିଶନ(ଓ୍ଵିକେଟ୍ କିପର), ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ଅକ୍ଷର ପଟେଲ, ହର୍ଷିତ ରାଣା, ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜ।

Updating...