LIVE TV

ମାଆଙ୍କ ଦେହରେ ହାତ ଦେଇପାରିବେନି ୟୁନୁସ : ପୁଅ କହିଲେ ହସିନାଙ୍କୁ ମିଳିବ ନ୍ୟାୟ

NEWS7
share-market-today-sensex-nifty-bse-nse-rise-fall-record-stock-trading

ନୂଆଦିଲ୍ଲୀ, ୨୧|୧୧: ବାଂଲାଦେଶରେ ରାଜନୈତିକ ବିଦ୍ରୋହ କୁହୁଳିବାରେ ଲାଗିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ ହସିନାଙ୍କୁ ଫାସୀଦଣ୍ଡ ଶୁଣାଇବା ପରେ ଦେଶରେ ବ୍ୟାପକ ହିଂସାକାଣ୍ଡ ଘଟୁଛି । ଏବେ ହସିନା ଭାରତରେ ଶରଣାପନ୍ନ ଅଛନ୍ତି । ସେପଟେ ତାଙ୍କ ପ୍ରତ୍ୟାବର୍ତ୍ତନ ନେଇ ବାଂଲାଦେଶର ୟୁନୁସ ସରକାର ପ୍ରୟାସ କରୁଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ହସିନାଙ୍କ ପୁଅ ସାଜିବ୍ ଓ୍ୱାଜିଦଙ୍କ ବୟାନ । ୟୁନୁସ ମାଆଙ୍କୁ ଛୁଇଁ ପାରିବେନି ବୋଲି କହିଛନ୍ତି ସାଜିବ ।

ଦୁଇ ଦିନ ତଳେ ବାଂଲାଦେଶ ଇଣ୍ଟରନାଶନାଲ କ୍ରାଇମ ଟ୍ରିବ୍ୟୁନାଲ ହସିନାଙ୍କୁ ଦେଶରେ ଘଟିଥିବା ବ୍ୟାପକ ହିଂସା ପାଇଁ ଦାୟୀ କରିଥିଲେ । ଏହାସହ ମତ୍ୟୁଦଣ୍ଡ ଶୁଣାଇଥିଲେ । ସପଟେ ହସିନାଙ୍କ ପୁଅ କହିଛନ୍ତି ଯେ, ୟୁନୁସ ମାଆଙ୍କୁ ଛୁଇଁ ପାରିବେ ନାହିଁ । ତାଙ୍କର କିଛି କରିପାରିବେ ନାହିଁ । ବାଂଲାଦେଶରେ ଏବେ ଅସାମ୍ବିଧାନିକ ଅବସ୍ଥା ଦେଖିବାକୁ ମିଳିଛି । ନ୍ୟାୟ ବ୍ୟବସ୍ଥା ଠିକ ହେଲେ ମାଆଙ୍କୁ ନ୍ୟାୟ ମିଳିବ ।

ସେ ଆହୁରି କହିଛନ୍ତି, ୟୁନୁସ ସରକାର ହସିନାଙ୍କୁ ମାରିପାରିବେ ନାହିଁ । ଦେଶରେ ସ୍ଥାୟୀ ସରକାର ପ୍ରତିଷ୍ଠା ହେଲେ ସେମାନଙ୍କୁ ଉଚିତ ଦଣ୍ଡ ଦିଆଯିବ । ଦେଶରେ ଅରାଜକତା ବୃଦ୍ଧି ପାଉଛି । ପୂର୍ବରୁ ୟୁନୁସଙ୍କୁ ନୋବେଲ ପୁରସ୍କାର ଦିଆଯାଇଥିଲା । କିନ୍ତୁ ସେ ତାର ହକଦାର ନୁହେଁ । ଅନେକ ଅଯୋଗ୍ୟ ବ୍ୟକ୍ତିଙ୍କୁ ପୁରସ୍କାର ମିଳିଛି । ୟୁନୁସ ବାଂଲାଦେଶକୁ ଏକ ଇସଲାମିକ ଆତଙ୍କବାଦୀ ଦେଶ କରିବାକୁ ଯାଉଛନ୍ତି ।

ଭାରତରେ ସମ୍ବିଧାନ ବ୍ୟବସ୍ଥା ଉପରେ ତାଙ୍କର ବିଶ୍ୱାସ ରହିଛି । ବିଜେପି ସରକାର ଜନତାଙ୍କ ସରକାର । ଜନତାଙ୍କ ସୁରକ୍ଷା ପାଇଁ ବଦ୍ଧ ପରିକର । ଭାରତରେ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଇଛି । କିନ୍ତୁ ଏବେ ବାଂଲାଦେଶରେ ଗଣତନ୍ତ୍ର ନାହିଁ । ହସିନାଙ୍କ ପାଇଁ ସେଠାରେ ଓକିଲଙ୍କ ନିଯୁକ୍ତି କରାଇ ଦିଆଯାଇନଥିଲା । ଯାହା ନ୍ୟାୟବ୍ୟବସ୍ଥାକୁ କଟାକ୍ଷ କରୁଥିବା ସାଜିବ୍ କହିଛନ୍ତି ।