ପ୍ରସ୍ତାବିତ ନୂଆ ଆଞ୍ଚଳିକ ଦଳର ଆଭିମୁଖ୍ୟ ସ୍ପଷ୍ଟ କଲେ ମୋକିମ୍, ମାଗଣା ଯୋଜନାକୁ ସମର୍ଥନ କରିବନି ନୂଆ ଦଳ

NEWS7
share-market-today-live-rbi-bse-nse-sensex-nifty-history-stock-high-record

କଟକ ୪।୧: ପ୍ରସ୍ତାବିତ ନୂଆ ଆଞ୍ଚଳିକ ଦଳର ଆଭିମୁଖ୍ୟ ସ୍ପଷ୍ଟ କଲେ ମହମ୍ମଦ ମୋକିମ୍ । ନୂଆ ଆଞ୍ଚଳିକ ଦଳ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ କାମ କରିବା । ଦଳରେ ମଦ ବିରୋଧୀ ଆନ୍ଦୋଳନକାରୀଙ୍କୁ ଦିଆଯିବ ପ୍ରାଧାନ୍ୟ । ଅବକାରୀ ରାଜସ୍ବକୁ ଖଣି ବିଭାଗ ଭରଣା କରିପାରିବ । ନୂଆ ଆଞ୍ଚଳିକ ଦଳ ମାଗଣା ଯୋଜନାକୁ ସମର୍ଥନ କରିବ ନାହିଁ । ମାଗଣା ଯୋଜନା ବଦଳରେ ଲୋକଙ୍କୁ ରୋଜଗାରକ୍ଷମ କରିବାକୁ ଯୋଜନା ହେବ । ରାଜ୍ୟର ଉଦୀୟମାନ ଯୁବ ଓ ଛାତ୍ର ଗୋଷ୍ଠୀଙ୍କୁ ଦଳରେ ସାମିଲ କରାଯିବ । ରାଜ୍ୟରେ ଏବେ ରାଜନୈତିକ ଶୂନ୍ୟସ୍ଥାନ ରହିଛି । ଶାସନକୁ ଆସିବା ପରେ ବିଜେପି ସୁଶାସନ ଦେବାରେ ବିଫଳ ହୋଇଛି । ଲୋକେ ବିଜେଡି ଓ କଂଗ୍ରେସକୁ ପରୀକ୍ଷା କରିସାରିଛନ୍ତି । ଓଡ଼ିଶାର ଲୋକ ରାଜନୈତିକ ବିକଳ୍ପ ଚାହୁଁଛନ୍ତି ।