ବାଇକ୍ରେ ଯାଉଥିଲେ ଦାଦା-ପୁତୁରା, ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ

NEWS7
share-marker-fraud-busted-odisha-man-arrested-from-assam-

ଚାନ୍ଦବାଲି ୧୮।୧୨: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଲିଯାଇଛି ଦୁଇ ଜଣଙ୍କ ଜୀବନ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଧାମରା ବାଂଶଡ଼ା ଥାନା ଅନ୍ତର୍ଗତ ଗୁଆଁଳ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତେବେ ଦୁର୍ଘଟଣା କେମିତି ଘଟିଛି ଜଣାପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଧାମରା ପୋର୍ଟ ରୋଡ଼ ଗୁଆଁଳ ଠାରେ ଦୁର୍ଘଟଣାର ଶୀକାର ହୋଇ ଦୁଇ ଜଣ ପଡ଼ିଥିଲେ l ସ୍ଥାନୀୟ କିଛି ଯୁବକଙ୍କ ନଜରରେ ଏହା ପଡ଼ିବା ପରେ ଯୁବକ ମାନେ ଉଭୟଙ୍କୁ ଉଦ୍ଧାର କରିଥିଲେ ।  ସେହି ସମୟରେ ଧାମରା ଏବଂ ଧାମରା ସାମୁଦ୍ରିକ ଥାନାର ଗାଡ଼ି ଯାଉଥିବା ବେଳେ ପୋଲିସ କର୍ମଚାରୀ ମାନେ ସ୍ଥାନୀୟ ଯୁବକଙ୍କ ସହଯୋଗରେ ଉଦ୍ଧାର କରି ଚାନ୍ଦବାଲି ମେଡ଼ିକାଲରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି l

ତେବେ ଯୁବକ ଦୁଇ ଜଣ ଚାନ୍ଦବାଲିରୁ ଦୋସିଙ୍ଗା ଅଭିମୁଖେ ଏକ ବାଇକ୍ ଯୋଗେ ଯାଉଥିବା ନେଇ ସୂଚନା ମିଳିଛି l ଜଣେ ମୃତକ ନିରଞ୍ଜନ ଜେନାଙ୍କ ପୁଅ ରାକେଶ ଜେନା ଏବଂ ଅନ୍ୟ ଜଣେ ମଧୁସୂଦନ ଜେନାଙ୍କ ପୁଅ ମାନସ ଜେନା ବୋଲି ଜଣାପଡ଼ିଛି l ମୃତକ ଦୁଇ ଜଣ ସମ୍ପର୍କରେ ଦାଦା ଓ ପୁତୁରା ହେବେ । ଉଭୟଙ୍କ ଘର ଦୋସିଙ୍ଗା ପଞ୍ଚାୟତ ପ୍ରଦ୍ୟୁତନଗର ବୋଲି ଜଣାପଡ଼ିଛି l ତେବେ ଦୁର୍ଘଟଣା କେମିତି ଘଟିଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ l