ମୁମ୍ବାଇ ୧୦।୦୮: ଭାରତର କ୍ରିକେଟ୍ ଇତିହାସରେ କିଏ ବେଷ୍ଟ କ୍ୟାପଟେନ୍ ? ରୋହିତ ଶର୍ମା ନା ମହେନ୍ଦ୍ର ସିଂହ ଧୋନି । ଯେତେବେଳେ ଟିମ୍ ଇଣ୍ଡିଆର ଅଲ୍ରାଉଣ୍ଡର ସାର୍ଦ୍ଦୁଲ ଠାକୁରଙ୍କ ଏହି ପ୍ରଶ୍ନ ପଚରା ଯାଇଥିଲା । ସେ ବହୁତ ଭାବିଛନ୍ତି ଏହାର ଉତ୍ତର ଦେଇଥିଲେ । ଆସନ୍ତୁ ଜାଣିବା କଣ କହିଥିଲେ ସାର୍ଦ୍ଦୁଲ ଠାକୁର ।
ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସାର୍ଦ୍ଦୁଲ ଠାକୁରଙ୍କୁ ନିଜର କ୍ରିକେଟ୍ ଯାତ୍ରା ବିଷୟରେ ପ୍ରଶ୍ନ ପଚରାଯାଇଥିଲା । ଏଥିରେ ଗୋଟେ ପ୍ରଶ୍ନ ଥିଲେ କି, ଭାରତୀୟ କ୍ରିକେଟ୍ରେ ଆପଣ ଦୁଇ ଜଣ ବିଶ୍ୱକପ୍ ବିଜୟୀ ଅଧିନାୟକଙ୍କ ନେତୃତ୍ୱରେ ଖେଳିଛନ୍ତି, ମାନେ ରୋହିତ ଶର୍ମା ଏବଂ ମହେନ୍ଦ୍ର ସିଂହ ଧୋନି । ତେବେ ଏହି ଦୁଇ ( ରୋହିତ ଶର୍ମା ଏବଂ ମହେନ୍ଦ୍ର ସିଂହ ଧୋନି) ଅଧିନାୟକଙ୍କ ମଧ୍ୟରୁ କିଏ ବେଷ୍ଟ କ୍ୟାପଟେନ୍ ? ଯାହାର ଉତ୍ତର ଦେଇ ସାର୍ଦ୍ଦୁଲ ଠାକୁର କହିଥିଲେ କି, ମୁଁ ଦୁଇ ଜଣଙ୍କ ଅଧିନାୟକରେ ଖେଳିଛି । ଉଭୟ ମୋ ମତରେ ଜଣେ ଜଣେ ଭଲ ଅଧିନାୟକ । କିନ୍ତୁ ଉଭୟଙ୍କ ରଣନୀତି ଏବଂ ଖେଳାଇବା ଶୈଳୀ ଅଲଗା । ତେଣୁ ଦୁହିଁଙ୍କ ମଧ୍ୟରୁ ଜଣଙ୍କ ବାଛିବା କଷ୍ଟ । ହେଲେ ସାର୍ଦ୍ଦୁଲଙ୍କ ଏହି ଉତ୍ତର ଶୁଣି ସାମ୍ବାଦିକ ଜଣଙ୍କ ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ କହିଥିଲେ । ଯାହାର ଉତ୍ତରରେ ଠାକୁର କହିଥିଲେ, ମହେନ୍ଦ୍ର ସିଂହ ଧୋନି ମୋ ମତରେ ବେଷ୍ଟ କ୍ୟାପଟେନ୍ । ଆଉ ରୋହିତ ମୋ ସାଙ୍ଗ.. ତାଙ୍କୁ ମୁଁ ବୁଝାଇ ପାରିବି । ସେ ବି ମୋ କଥା ବୁଝିଯିବେ ।
ସେପଟେ ସାର୍ଦ୍ଦୁଲଙ୍କ ଏହି ଉତ୍ତର ଶୁଣି ସାମ୍ବାଦିକ ଏବଂ ଷ୍ଟେଜ୍ରେ ଉପସ୍ଥିତ ଥିବା ଲୋକମାନେ ଖୁବ୍ ହସିଥିଲେ । ସାର୍ଦ୍ଦୁଲ ମଧ୍ୟ ହସିଥିଲେ ।
ସୂଚନାଯୋଗ୍ୟ ଯେ, ସାର୍ଦ୍ଦୁଲ ଠାକୁର ବର୍ତ୍ତମାନ ଯାଏଁ ୧୧ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୩୩୧ ରନ୍ ସଂଗ୍ରହ କରିଛନ୍ତି । ଟେଷ୍ଟ କ୍ୟାରିୟରରେ ୪ଟି ଅର୍ଦ୍ଧଶତକ ରହିଥିବା ବେଳେ ସର୍ବାଧିକ ସ୍କୋର ତାଙ୍କ ୬୭ ରହିଛି । ସେହିପରି ୪୭ଟି ଦିନିକିଆ ମ୍ୟାଚ୍ ଖେଳି ସଂଗ୍ରହ କରିଛନ୍ତି ୩୨୯ ରନ୍ । ଯେଉଁଥିରେ ଗୋଟିଏ ଅର୍ଦ୍ଧଶତକ ରହିଛି । ବାକି ୨୫ଟି ଟି-୨୦ ମ୍ୟାଚ୍ ଖେଳି ୬୯ ରନ୍ ସଂଗ୍ରହ କରିଛନ୍ତି । ଟି-୨୦ରେ ତାଙ୍କର ସର୍ବାଧିକ ସ୍କୋର ୨୨ ରନ୍ ରହିଛି ।