ଖାମେନିଙ୍କ ମୃତ୍ୟୁ ପରେ ଅୟାତୁଲ୍ଲା ଆରାଫି ହେଲେ ଅନ୍ତରୀଣ ସରକାରର ସର୍ବୋଚ୍ଚ ନେତା; IRGC ମୁଖ୍ୟ ବି ନିଯୁକ୍ତ

NEWS7
shami sister's mother-in-law gets involved in ration card case

ତେହରାନ: ଆମେରିକା-ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ଅୟାତୁଲ୍ଲା ଅଲି ଖାମେନିଙ୍କ ହତ୍ୟା ପରେ ବରିଷ୍ଠ ଧର୍ମଗୁରୁ ଅୟାତୁଲ୍ଲା ଅଲିରେଜା ଆରାଫି ଇରାନର ଅନ୍ତରୀଣ ସରକାର ସର୍ବୋଚ୍ଚ ନେତା ଭାବରେ କାର୍ଯ୍ୟ କରିବେ। ଏନେଇ ଇରାନ ସରକାରୀ ସମାଚାର ଏଜେନ୍ସି ISNA ରିପୋର୍ଟ ପ୍ରକାଶ କରିଛି।

ଖାମେନିଙ୍କ ହତ୍ୟା ପରେ ଇରାନ ଏହାର ସମ୍ବିଧାନର ଧାରା ୧୧୧କୁ ବ୍ୟବହାର କରିଛି। ଏଥିରେ ଜରୁରୀକାଳୀନ ନେତୃତ୍ୱ ବ୍ୟବସ୍ଥା ନେଇ ନିୟମ ରହିଛି। ଯେଉଁଥିରେ ତିନି ସଦସ୍ୟ ବିଶିଷ୍ଟ ପରିଷଦ ସର୍ବୋଚ୍ଚ ନେତାଙ୍କ କ୍ଷମତା ଗ୍ରହଣ କରିଥାନ୍ତି। ସ୍ଥାୟୀ ଉତ୍ତରାଧିକାରୀ ନ ଆସିବା ପର୍ଯ୍ୟନ୍ତ ଏମାନେ ଦେଶର ସର୍ବୋଚ୍ଚ କ୍ଷମତାରେ ରହିବେ। ଅୟାତୁଲ୍ଲା ଅଲିରେଜା ଆରାଫି ଏହି ୩ ଜଣିଆ ସଦସ୍ୟ ବିଶିଷ୍ଟ ଅନ୍ତରୀଣ ସରକାରର ଜୁରି ମେମ୍ବର ରହିବେ। ସାମ୍ବିଧାନିକ ଫର୍ମୁଲା ଅନୁସାରେ ଏହି ବ୍ୟବସ୍ଥା କରାଯାଇଛି।

ଏହି ବ୍ୟବସ୍ଥା ଅନୁଯାୟୀ, ସେ ରାଷ୍ଟ୍ରପତି ମାସୁଦ ପେଜେଶକିଆନ ଏବଂ ମୁଖ୍ୟ ବିଚାରପତି ଘୋଲାମ-ହୋସେନ ମୋହସେନି-ଏଜେ'ଇଙ୍କ ସହ ମିଳିତ ଭାବରେ ଦେଶର ନେତୃତ୍ୱ ନେବେ। ଇରାନ ଏକ ଅଭୂତପୂର୍ବ ନେତୃତ୍ୱ ସଙ୍କଟ ଦେଇ ଗତି କରୁଥିବା ବେଳେ ଏହି ତିନିଜଣ ମିଶି ଏବେ ଖାମେନିଙ୍କ ଦ୍ୱାରା ପୂର୍ବରୁ ବ୍ୟବହାର କରାଯାଉଥିବା ସର୍ବୋଚ୍ଚ ନେତୃତ୍ୱ ନେଇଛନ୍ତି।

ତଥାପି, ପାରମ୍ପାରିକ ଭାବରେ ଜଣେ ଧାର୍ମିକ ସର୍ବୋଚ୍ଚ ନେତାଙ୍କ ନେତୃତ୍ୱରେ ପରିଚାଳିତ ଏକ ବ୍ୟବସ୍ଥାରେ ଏକମାତ୍ର ଧର୍ମଗୁରୁ ହିଁ ପ୍ରଭାବଶାଳୀ ଭାବରେ ତିନି ଜଣଙ୍କ ମଧ୍ୟରେ ବରିଷ୍ଠ ବ୍ୟକ୍ତି ହୋଇଥାନ୍ତି। ତେଣୁ ଇରାନର ନ୍ୟାୟପାଳିକା ଓ ଶାସନ କଳ ଭିତରେ ଆରାଫି ଏବେ ମୁଖ୍ୟ ହେବେ।

୧୯୫୯ ମସିହାରେ ଜନ୍ମଗ୍ରହଣ କରିଥିବା ୬୭ ବର୍ଷୀୟ ଆୟାତୋଲ୍ଲା ଅଲିରେଜା ଆରାଫି ଇରାନର ଧର୍ମଗୁରୁ ପଦପଦବୀର ଜଣେ ବରିଷ୍ଠ ବ୍ୟକ୍ତି। ତାଙ୍କର ମଧ୍ୟବର୍ତ୍ତୀକାଳୀନ ନେତୃତ୍ୱ ଭୂମିକା ପୂର୍ବରୁ, ସେ ଏକା ସାଙ୍ଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ସେ ଇରାନର ଇସଲାମିକ୍ ମଦରାସାଗୁଡ଼ିକର ଜାତୀୟ ନେଟୱାର୍କର ମୁଖ୍ୟ ଅଛନ୍ତି। ଗାର୍ଡିଆନ କାଉନସିଲରେ ଧର୍ମଗୁରୁ ସଦସ୍ୟ ଭାବରେ କାର୍ଯ୍ୟ କରନ୍ତି ଓ ଆସେମ୍ବଲି ଅଫ୍ ଏକ୍ସପର୍ଟରେ ବି ବସନ୍ତି।

ଇରାନ ସେନା ମୁଖ୍ୟ ନିଯୁକ୍ତ

ଶନିବାର ଇସ୍ରଏଲ-ଆମେରିକା ଆକ୍ରମଣରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ର କମାଣ୍ଡର-ଇନ୍-ଚିଫ୍ ଜେନେରାଲ୍ ମହମ୍ମଦ ପାକପୁରଙ୍କ ମୃତ୍ୟୁ ପରେ ନେତୃତ୍ୱ ପରିବର୍ତ୍ତନ ଘୋଷଣା କରିଛି। ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ଅହମଦ ଭାହିଦିଙ୍କୁ ନୂଆ IRGC ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି।

IRGC ହେଉଛି ଇରାନର ସବୁଠାରୁ ଶକ୍ତିଶାଳୀ ସାମରିକ ପ୍ରତିଷ୍ଠାନ ମଧ୍ୟରୁ ଗୋଟିଏ। ଯାହାର ପ୍ରମୁଖ ସାମରିକ, ରାଜନୈତିକ ଏବଂ ଅର୍ଥନୈତିକ ପ୍ରଭାବ ରହିଛି। ଏବଂ ଏହା ଦେଶର ନିୟମିତ ସଶସ୍ତ୍ର ବାହିନୀଠାରୁ ପୃଥକ ଭାବରେ କାର୍ଯ୍ୟ କରେ।