ବିଜ୍ଞାପନ କରି ଫସିଲେ ଶାହରୁଖ ଏବଂ ଦୀପିକା, ରାଜସ୍ଥାନ ପୋଲିସ ଷ୍ଟେସନ୍‌ରେ ମାମଲା ରୁଜୁ

Published By : Prameya-News7 Bureau | August 28, 2025 IST

ନୂଆଦିଲ୍ଲୀ ୨୮।୦୮; ବିଜ୍ଞାପନ ପାଇଁ ଫସିଲେ ଶାହରୁଖ ଓ ଦୀପିକା । ରାଜସ୍ଥାନର ଭରତପୁରରେ ଅଭିନେତା ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ସମେତ ୬ଜଣଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରାଯାଇଛି। ଏହି ଅଭିଯୋଗ ମଥୁରା ଗେଟ୍ ପୋଲିସ ଷ୍ଟେସନରେ ରୁଜୁ କରାଯାଇଛି।  ଏଥିରେ ଆରମ୍ଭରୁ ଯାନ୍ତ୍ରିକ ତ୍ରୁଟି ଥିଲା ଓ ବାରମ୍ବାର ଅଭିଯୋଗ ସତ୍ତ୍ୱେ ହ୍ୟୁଣ୍ଡାଇ କମ୍ପାନି ଶୁଣି ନଥିଲା ବୋଲି କୀର୍ତ୍ତି ଅଭିଯୋଗ କରିଛନ୍ତି।  ଶାହରୁଖ ଓ ଦୀପିକା ଏହି କାର୍‌ ପାଇଁ ବିଜ୍ଞାପନରେ ପ୍ରଚାର କରିଥିଲେ । ଆଇନ ଅନୁୟାୟୀ ଏ କ୍ଷେତ୍ରରେ କମ୍ପାନି ସମେତ ଏହାର ପ୍ରଚାର କରିଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇପାରିବ। 

ଓକିଲ କୀର୍ତ୍ତି ସିଂହ ତାଙ୍କ ହୁଣ୍ଡାଇ କାରରେ ତ୍ରୁଟିପୂର୍ଣ୍ଣ ସମସ୍ୟାକୁ ନେଇ କମ୍ପାନୀ ଏବଂ ଡିଲର ବିରୋଧରେ ମାମଲା ରୁଜୁ କରିଛନ୍ତି। କୀର୍ତ୍ତି ସିଂହ ୨୦୨୨ ମସିହାରେ ଏହି କାରଟି ୨୩.୯୭ ଲକ୍ଷ ଟଙ୍କାରେ କିଣିଥିଲେ ଏବଂ ୫୧ ହଜାର ଟଙ୍କା ଆଡଭାନ୍ସ ପେମେଣ୍ଟ କରିଥିଲେ । କାରରେ ଟେକ୍ନିକାଲ ତ୍ରୁଟି ଦେଖାଦେବା ପରେ ସେ ଡିଲରଙ୍କ ସହ ଯୋଗାଯୋଗ କରିଥିଲେ, କିନ୍ତୁ ସମସ୍ୟାର ସମାଧାନ ହୋଇନଥିଲା।କାର କିଣିବା ସମୟରେ ଏଜେନ୍ସି କହିଥିଲା ଯେ, ଆପଣ ଗାଡ଼ି ଚଲାନ୍ତୁ, କୌଣସି ସମସ୍ୟା ହେବ ନାହିଁ, ଯଦି ସମସ୍ୟା ହୁଏ ତେବେ ଆମେ ଦାୟୀ ରହିବୁ। କିଛି ସମୟ ଗାଡ଼ି ଚଲାଇବା ପରେ ଟେକ୍ନିକାଲ ତ୍ରୁଟି ଦେଖାଦେବା ଆରମ୍ଭ ହେଲା। ଏହି କାରଣରୁ କୀର୍ତ୍ତି ସିଂହ ଓ ତାଙ୍କ ପରିବାରର ଜୀବନ ବହୁଥର ବିପଦରେ ପଡ଼ିଛି। 

ଏହି ସମସ୍ୟା ନେଇ ଏଜେନ୍ସିକୁ ଜଣାଇଲେ ହେଲେ ଏଜେନ୍ସି କହିଥିଲା ଯେ, ଏହା ହୁଣ୍ଡାଇ କମ୍ପାନୀର ପ୍ରଡକ୍ଟରେ ତ୍ରୁଟି, ଯାହା କେବେବି ଠିକ ହୋଇପାରିବ ନାହିଁ। ଏହି ସମସ୍ୟା ନେଇ ହୁଣ୍ଡାଇ କମ୍ପାନୀ ଏବଂ ଡିଲର ମାଲୱା ଅଟୋ ସେଲ୍ସ ପ୍ରାଇଭେଟ ଲିମିଟେଡ, କୁଣ୍ଡଲୀ, ସୋନୀପତ ସହ କଥାବାର୍ତ୍ତା କରିବାରୁ ସେମାନେ ସମସ୍ୟା ସମାଧାନ କରିବା ସହ କାରର ମୂଲ୍ୟ ଫେରସ୍ତ କରିବାକୁ ମଧ୍ୟ ମନା କରିଦେଲେ। ତେଣୁ କୀର୍ତ୍ତି ସିଂହ ହୁଣ୍ଡାଇ କମ୍ପାନୀର ସଦସ୍ୟଙ୍କ ସହ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନ ସମେତ ଜଣେ ଅନ୍ୟ ବ୍ୟକ୍ତିଙ୍କ ନାମ ମଧ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.