ବାଲେଶ୍ବର ୨୨।୭: ବାଲେଶ୍ୱର ଜିଲ୍ଲା ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟା ଷଷ୍ଠ ଦିନରେ ପହଞ୍ଚିଛି । ମଙ୍ଗଳବାର ପୁଣି ଫକୀରମୋହନ କଲେଜ କ୍ୟାମ୍ପସରେ କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ ପହଞ୍ଚି ପୁଣି ତନାଘନା କରିଛନ୍ତି ।କଲେଜରେ ଲାଗିଥିବା ସିସିଟିଭି ଫୁଟେଜ ଅନୁଧ୍ୟାନ କରିବା ସହିତ ପ୍ରିନ୍ସିପାଲ ଚାମ୍ବରରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ।
ଆତ୍ମାହୁତି ସ୍ଥଳର ସ୍ପଟ୍ ଭେରିଫିକେସନ କରିବା ସହ ଅନେକ ଜଣ ଏହି ଘଟଣାରେ ସାମିଲ ଥିବା ନେଇ ସୁରାକ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିବା ତଦନ୍ତକାରୀ ଅଧିକାରିଣୀ ଡ଼ିଏସପି ଇମନ କଲ୍ୟାଣ ନାୟକ ସୂଚନା ଦେଇଛନ୍ତି । ଅଧିକ ଜଣ ସାମିଲ ଥିବା ତଦନ୍ତ ପ୍ରକ୍ରିୟାରେ ଆସିଥିବା ବେଳେ ଘଟଣା ଦିନକୁ ଦିନ ଅଡ଼ୁଆ ପରିସ୍ଥିତିକୁ ଯାଉଥିବା ଜଣାପଡିଛି । କ୍ରାଇମବ୍ରାଞ୍ଚ ଟିମ୍ ଆତ୍ମାହୁତି ଘଟଣାର ଛାନଭିନ କରିବା ସହ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଆଇସିସିର ଟିମ୍କୁ ମିଶାଇ ତଦନ୍ତ କରିସାରିଲାଣି । ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ଘଟୁଥିବାରୁ ଏହି ଆତ୍ମାହୁତି ଘଟଣା ଉପରେ ସମସ୍ତଙ୍କ ଫୋକସ୍ ଥିବା ଜଣାପଡିଛି ।
ସେପଟେ ଏହି ଘଟଣରେ ଉଚ୍ଚଶିକ୍ଷା ବିଭାଗ, ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ତଦନ୍ତ କରି ଫେରିଥିବା ବେଳେ ଛାତ୍ରଛାତ୍ରୀ ମାନେ ଭୟଭୀତ ହୋଇ କଲେଜରୁ ମୁହଁ ଫେରାଇ ନେଉଥିବା ଦେଖିବାକୁ ମିଳିଛି । ତେବେ ପିଲାମାନଙ୍କୁ ବିଚାର ବିଭାଗ ତରଫରୁ ସଚେତନ କରାଯାଇଛି ।ଏବେ କ୍ଲାସ୍ ସ୍ୱାଭାବିକ ଥିବା ବେଳେ ଛାତ୍ରଛାତ୍ରୀ ମାନେ କଲେଜକୁ ଆସୁଛନ୍ତି । ତେବେ କଲେଜର ସ୍ୱାଭିମାନ ରକ୍ଷାପାଇଁ ଛାତ୍ରମାନେ ଆଗକୁ ଆସି ସଚେତନ ବାର୍ତ୍ତା ଦେଇଛନ୍ତି।
ଦିନକୁ ଦିନ ତଦନ୍ତ ପ୍ରକ୍ରିୟା ବଢି ଚାଲିଥିବା ବେଳେ ନିଷ୍କର୍ସ ବାହାରି ପାରୁନଥିବାରୁ ଘଟଣା ସମ୍ବେଦନଶୀଳ ବୋଲି ଜଣାପଡିଛି ।
You Can Read: