LIVE TV

ଆରପାରିରେ KGF ଫେମ୍ ହରିଶ୍ ରାୟ, ଦୀର୍ଘ ଦିନ ଧରି କର୍କଟ ରୋଗରେ ଥିଲେ ପୀଡିତ

NEWS7
seven-person-lost-hie-life-in-ghatagaon

ନୂଆଦିଲ୍ଲୀ ୦୭।୧୧; କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ପୁଣି ଦୁଃଖଦ ଖବର । ଜଣାଶୁଣା ତଥା ଲୋକପ୍ରିୟ ଅଭିନେତା ହରିଶ ରାୟଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ପାଖାପାଖି ୫୫ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ତାଙ୍କ ମୃତ୍ୟୁ ଖବର କନ୍ନଡ ଚଳଚ୍ଚିତ୍ର ଶିଳ୍ପରେ ଶୋକର ଛାୟା ଖେଳିଯାଇଛି। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବ କୁମାର ନିଜେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଖବର ସେୟାର କରି ଶୋକ ପ୍ରକାଶ କରିଛନ୍ତି।

ଖବର ଅନୁଯାୟୀ, ଅଭିନେତାଙ୍କ ମୃତ୍ୟୁରେ ଫ୍ୟାନ୍ସ ସ୍ତବ୍ଧ ହୋଇଯାଇଛନ୍ତି । କେଜିଏଫରେ ଚାଚା ଭୂମିକାରେ ଦର୍ଶକେ ତାଙ୍କୁ ବେଶ୍ ପସନ୍ଦ କରିଥିଲେ । ହରିଶ ରାୟ ଦୀର୍ଘଦିନରୁ ଥ୍ରୋଟ କ୍ୟାନସରରେ ପୀଡିତ ଥିଲେ । ତାଙ୍କର ଏହି ସମସ୍ୟା ଧୀରେ ଧୀରେ ତାଙ୍କ ପେଟ ପର୍ଯ୍ୟନ୍ତ ବ୍ୟାପୀ ଯାଇଥିଲା । ଯେଉଁଥିପାଇଁ ଲଗାତାର ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଗତ କିଛି ମାସ ମଧ୍ୟରେ ହରିଶଙ୍କ ସ୍ବାସ୍ଥ୍ୟବସ୍ଥା ବହୁତ ଗୁରୁତର ରହିଥିଲା। ଯାହାଫଳରେ ତାଙ୍କ ଶରୀର ଦୁର୍ବଳ ହୋଇଯାଇଥିଲା। ପାଣି ଜମା ହେବା କାରଣରୁ ତାଙ୍କ ମଧ୍ୟ ପେଟ ଫୁଲିଯାଇଥିଲା । ପ୍ରଶଂସକମାନେ ଲଗାତାର ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରୁଥିଲେ। ହେଲେ ବହୁ ଚିକିତ୍ସା ପରେ ମଧ୍ୟ ତାଙ୍କୁ ବଞ୍ଚାଯାଇ ପାରିନଥିଲା ।

ହରିଶ ରାୟ ନିଜ କ୍ୟାରିଅରରେ କନ୍ନଡ, ତାମିଲ ଏବଂ ତେଲୁଗୁ ସିନେମାରେ ଅଭିନୟ କରିଛନ୍ତି । ଓମ, ସମାରା, ବେଙ୍ଗାଲୋର ଅଣ୍ଡରୱାର୍ଲ୍ଡ, ଯୋଡି ହକ୍କି, ରାଜ ବାହାଦୂର, ସଂଜୁ ୱେଡସ ଗୀତା, ସ୍ବଂୟମ୍ବର, ନଲ୍ଲା ଏବଂ କେଜିଏଫରେ ଅଭିନୟ କରିଥିଲେ । ତାଙ୍କ ନିଧନରେ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।