ଘରେ ପଶି ବନ୍ଧୁକ ଦେଖାଇ ଲୁଟ୍ ଘଟଣା : ୭ ଅଭିଯୁକ୍ତ ଗିରଫ, ସୁନା ଅଳଙ୍କାର ଜବତ

Published By : Prameya-News7 Bureau | May 04, 2025 IST

ଯାଜପୁର ୪: ଯାଜପୁର ବନ୍ଧୁକ ଦେଖାଇ ଘରେ ପଶି ସୁନା ଅଳଙ୍କାର ଓ ମୋବାଇଲ ଲୁଟି ନେଇଥିବା ଘଟଣାରେ ୭ ଗିରଫ । ଲୁଟେରା ଗ୍ୟାଙ୍ଗକୁ ଠାବ କଲା ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ପୋଲିସ । ମଙ୍ଗଳପୁର ଥାନାରେ ଦୀର୍ଘଦିନ ହେବ ବିଭିନ୍ନ ଅଞ୍ଚଳରୁ ବାରମ୍ବାର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ପ୍ରାୟ ୪ ମାସ ମଧ୍ୟରେ ୧୨ରୁ ଅଧିକ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । 

ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଚଷାଖଣ୍ଡ ପଞ୍ଚାୟତ ବୋତଲଟାଙ୍ଗ ଗ୍ରାମରେ ଗତ ୨୦ ଫେବୃଆରୀ ୨୦୨୫ ରାତିରେ ମନ୍ଦୋଦରୀ ଦାସଙ୍କ ଘରେ ପଶି ବନ୍ଧୁକ ଦେଖାଇ ସୁନା ଓ ରୁପା ଅଳଙ୍କାର ସହିତ ମୋବାଇଲ ଫୋନ ଲୁଟି ନେଇଥିଲେ ଦୁର୍ବୃତ୍ତ । କେବଳ ଗୋଟିଏ ଘଟଣା ନୁହେଁ ପୂର୍ବରୁ ଏନେଇ ମଙ୍ଗଳପୁର ଥାନାରେ ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ଆସିବା ପରେ ପୋଲିସ ୨ଟି ଟିମ୍ ଗଠନ କରିଥିଲା l ଏହି ଟିମ୍ ଭିଭନ୍ନ ଜାଗାରେ ଚଢ଼ାଉ କରି ମୋଟ୍ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୯ଟି ମୋବାଇଲ ଫୋନ୍ ସୁନା, ରୁପା ଅଳଙ୍କାର ସହ ସ୍କର୍ପିଓ ଗାଡି, ୨ଟି ବାଇକ, ଫ୍ୟାନ, ପିତ୍ତଳ ସାମଗ୍ରୀ ଜବତ କରାଯାଇଛି । ଏହିସବୁ ଅଳଙ୍କାରକୁ ନେଇ ବ୍ୟବସାୟୀ କରୁଥିବା ଏକ ସୁନା ଦୋକାନୀକୁ ମଧ୍ୟ ଗିରଫ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସଡ଼ିପିଓ ପ୍ରଶାନ୍ତ କୁମାର ମାଝୀ ।   ସାମ୍ବାଦିକ ସମ୍ମିଳନୀରେ ମଙ୍ଗପୁର ଥାନା ଅଧିକାରୀ ଜଗଦୀଶ କର, ଏସଆଇ ବିଭୂତି ଭୂଷଣ ମହାପାତ୍ର ଉପସ୍ଥିତ ଥିଲେ ।

You Can Read:

ଜଙ୍ଗଲରେ ପଡିଛି ମହିଳାଙ୍କ ମୃତଦେହ, ଦେହରେ ରହିଛି ଅନେକ କ୍ଷତ ଚିହ୍ନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.