ଅନୁରାଗ ଠାକୁରଙ୍କ ଉପରୁ ହଟିଲା ପ୍ରତିବନ୍ଧକ, ବିସିସିଆଇ ସହ କରିପାରିବେ କାମ

NEWS7
series-accident-in-athagarh-3-injured-

ନୂଆଦିଲ୍ଲୀ: ବିସିସିଆଇ ସହ ଜଡିତ ଏକ ମାମଲାରେ ପୂର୍ବତନ ବିସିସିଆଇ ସଭାପତି ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସୁପ୍ରିମକୋର୍ଟ ଅନୁରାଗ ଠାକୁରଙ୍କୁ ବିସିସିଆଇର ଯେକୌଣସି ବ୍ୟାପାରରେ ସାମିଲ ହେବା ପାଇଁ ନିଷେଧ କରିଥିବା ୨୦୧୭ ଆଦେଶରେ ସଂଶୋଧନ କରିଛନ୍ତି। ବିସିସିଆଇ ସହ ଜଡିତ ଏକ ଦୀର୍ଘକାଳୀନ ମାମଲାରେ ଏହି ନିଷ୍ପତ୍ତି ଆସିଛି। ଜାନୁଆରୀ ୨୦୧୭ରେ, ସୁପ୍ରିମକୋର୍ଟ ଅନୁରାଗ ଠାକୁରଙ୍କ ବିରୋଧରେ ଏକ ନିଷିଦ୍ଧାଦେଶ ଜାରି କରିଥିଲେ । ତାଙ୍କୁ ବୋର୍ଡର ବ୍ୟାପାରରେ ଅଂଶଗ୍ରହଣ କରିବାରୁ ବାରଣ କରିଥିଲେ କୋର୍ଟ ।

୨୦୧୭ ମସିହାରେ, ସୁପ୍ରିମକୋର୍ଟ ଅନୁରାଗ ଠାକୁରଙ୍କୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ସଭାପତି ପଦରୁ ହଟାଇ ଦେଇଥିଲେ। ଏହି ଆଦେଶ ଯୋଗୁଁ ତାଙ୍କ ବିରୁଦ୍ଧରେ ଅବମାନନା ଏବଂ ମିଥ୍ୟା ସାକ୍ଷ୍ୟ ଅଭିଯୋଗ ମଧ୍ୟ ଆସିଥିଲା । ୨୦୧୭ ପରେ କିଛି ଆଶ୍ୱସ୍ତି ମିଳିଥିଲା। ତଥାପି, କୋର୍ଟ ଏବେ ତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଅନୁରାଗ ଠାକୁର ଏବେ BCCI ନିୟମ ଅନୁଯାୟୀ ବୋର୍ଡର କାର୍ଯ୍ୟ, ବୈଠକ ଏବଂ ଅନ୍ୟାନ୍ୟ ମାମଲାରେ ଅଂଶଗ୍ରହଣ କରିପାରିବେ।

ହିମାଚଳ ପ୍ରଦେଶର ବିଜେପି ସାଂସଦ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ଆଦେଶର ସଂଶୋଧନ ପାଇଁ ଏକ ଆବେଦନ ଦାଖଲ କରିଥିଲେ । ସୁପ୍ରିମକୋର୍ଟ ତାଙ୍କ ଅନୁରୋଧକୁ ଗ୍ରହଣ କରି ନିଷେଧାଦେଶ ଉଠାଇ ଦେଇଥିଲେ। ଏହି ନିଷ୍ପତ୍ତି ଭାରତୀୟ କ୍ରିକେଟ ପ୍ରଶାସନରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ।ଅନୁରାଗ ଠାକୁର ୨୦୧୬ରେ ବିସିସିଆଇର ସଭାପତି ହୋଇଥିଲେ । କିନ୍ତୁ ଲୋଧା କମିଟି ସୁପାରିଶକୁ କାର୍ଯ୍ୟକାରୀ କରିବାରେ ବିଫଳ ହେବା ପରେ ତାଙ୍କୁ ପଦରୁ ହଟାଇ ଦିଆଯାଇଥିଲା।