T20 World Cup 2026: କେବେ ଟିମ୍ ଘୋଷଣା କରିବ ବିସିସିଆଇ ? ସାମ୍ନାକୁ ଆସିଲା ତାରିଖ

NEWS7
sensex-nifti-increases-after-rbi-interfere-corona-virus-indian-economy

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କାରେ ଆୟୋଜିତ ହେବ ଟି-୨୦ ବିଶ୍ବକପ୍ ୨୦୨୬ । ପେବ୍ରୁଆରୀ ୭ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ ଏବଂ ମାର୍ଚ୍ଚ ୮ରେ ଶେଷ ହେବ । ଉଦଘାଟନୀ ମ୍ୟାଚ୍ରେ ଆମେରିକାକୁ ଭେଟିବ ଟିମ୍ ଇଣ୍ଡିଆ । ମୋଟ ୨୦ଟି ଟିମ୍ ବିଶ୍ବକପ୍ ଖେଳିବାକୁ ଥିବା ବେଳେ ୪ଟି ଗ୍ରୁପ୍ କରାଯାଇଛି। ପ୍ରତି ଗ୍ରୁପରେ ୫ଟି ଲେଖାଏଁ ଟିମ୍ ରହିଛନ୍ତି । ବିଶ୍ବକପ୍ ପାଖେଇ ଆସୁଥିବା ବେଳେ ବିସିସିଆଇ ଦଳ ଘୋଷଣା କରିବାକୁ ପ୍ରସ୍ତୁତ ହେଉଛି । ଦଳ କେବେ ଘୋଷଣା ହେବ ସେନେଇ ତାରିଖ ସାମ୍ନାକୁ ଆସିଛି।

ବିସିସିଆଇ ଆସନ୍ତାକାଲି (ଶନିବାର) ୧୫ ଜଣିଆ ଟିମ୍ ଘୋଷଣା କରିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଡିସେମ୍ବର ୨୦ରେ ଟିମ ଘୋଷଣା ପୂର୍ବରୁ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ । ଏହା ପରେ ସେ ଏକ ସାମ୍ବାଦିକ ସମ୍ମଳନୀରେ ଦଳ ଘୋଷଣା କରିବେ ।

ପାକିସ୍ତାନ, ୟୁଏସଏ, ନେଦରଲାଣ୍ଡ ଏବଂ ନାମ୍ବିଆ ସହ ଭାରତ ଗ୍ରୁପ ଏରେ ରହିଛି । ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବେ । ଯଦି ପାକିସ୍ତାନ ଫାଇନାଲ୍ରେ ପହଞ୍ଚେ, ତେବେ ଏହି ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ । ନଚେତ ଫାଇନାଲ୍ ଲଢ଼େଇ ଭାରତରେ ହେବ ।

ସେପଟେ ଟି-୨୦ ବିଶ୍ବକପ୍ ପୂର୍ବରୁ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ଖେଳିବ । ଜାନୁଆରୀ ୨୧ରେ ସିରିଜ୍ ଆରମ୍ଭ ହୋଇ ଜାନୁଆରୀ ୩୧ରେ ଶେଷ ହେବ । ନ୍ୟୁଜିଲାଣ୍ଡ ବିପକ୍ଷରେ ଯେଉଁ ଭାରତୀୟ ଟିମ୍ ଖେଳିବ, ସେହି ଟିମ୍ ବିଶ୍ବକପରେ ହିଁ ଖେଳିବ । ଆଇସିସି ନିୟମ ଅନୁସାରେ, ବିଶ୍ବକପ୍ ଆରମ୍ଭ ହେବାର ୩୦ ଦିନ ପୂର୍ବରୁ ଦଳ ଘୋଷଣା କରିବାକୁ ହେବ । ଜାନୁଆରୀ ୮ ପର୍ଯ୍ୟନ୍ତ ବିସିସିଆଇ ପାଖରେ ସମୟ ଥିଲେ ହେଁ, ଏହା ପୂର୍ବରୁ ଦଳ ଘୋଷଣା କରାଯିବ ।

ରିପୋର୍ଟ ଅନୁସାରେ, ଶନିବାର ଅପରାହ୍ଣରେ ବିସିସିଆଇ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହେବ । ଖେଳପ୍ରେମୀ ଷ୍ଟାର ସ୍ପୋର୍ଟସ୍ରେ ଏହାର ସିଧା ପ୍ରସାରଣ ଦେଖିପାରିବେ । ଏହା ସହ ଜିଓ ଡଟଷ୍ଟାର ଆପ୍ ଏବଂ ଓ୍ବେବସାଇଟରେ ମଧ୍ୟ ବିସିସିଆଇ ସାମ୍ବାଦିକ ସମ୍ମିଳନୀର ଲାଇଭ ଦେଖିପାରିବେ କ୍ରିକେଟ ପ୍ରଶଂସକ ।

ଟି-୨୦ ବିଶ୍ବକପ୍ ଲାଗି ସମ୍ଭାବ୍ୟ ଭାରତୀୟ ଦଳସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମନ ଗିଲ (ଉପଅଧିନାୟକ),ଅଭିଷେକ ଶର୍ମା, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟାଓ୍ବିକେଟ କିପର- ସଞ୍ଜୁ ସାମସନ, ଜିତେଶ ଶର୍ମାଅକ୍ଷର ପଟେଲ, ଶିବମ ଦୁବେ, ଜସପ୍ରୀତ ବୁମରା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା, ଓ୍ବାଶିଂଟନ ସୁନ୍ଦର, ଅର୍ଶଦୀପ ସିଂହ