B.Ed ପରୀକ୍ଷାରେ ଫେଲ୍ କିନ୍ତୁ ନକଲି ସାର୍ଟିଫିକେଟରେ ଚାକିରି, ସାର୍‌ଙ୍କୁ ବିଦା କଲା ଶିକ୍ଷା ବିଭାଗ

NEWS7
senior-mla-ganeshwar-behera-reacts-to-bjds-new-team

ଘଟଗାଁ, ୨୦/୦୨ : ଜାଲ୍ ବିଇଡି ପ୍ରମାଣପତ୍ର ଦେଇ ଚାକିରି କରିଥିଲେ ଶିକ୍ଷକ । ଧରା ପଡିଗଲା ସବୁ ସତ । ଶେଷରେ ବିଦା ହେଲେ । ଏପରି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଘଟଗାଁରେ ଥିବା ଗୋଳାବନ୍ଧ ୟୁପି ସ୍କୁଲରେ । ବିଦା ହୋଇଥିବା ଶିକ୍ଷକ ହେଲେ ପ୍ରଶାନ୍ତ କୁମାର ସେଠୀ ।

ରିପୋର୍ଟ ଅନୁସାରେ, ପ୍ରଶାନ୍ତଙ୍କ ବିଇଡି ସାର୍ଟିଫିକେଟ ଜାଲ୍ ଥିବା ନେଇ ଅଭିଯୋଗ ହୋଇଥିଲା । ଯାଞ୍ଚ ବେଳେ ସତ ଜଣାପଡ଼ିବାରୁ ଶିକ୍ଷା ବିଭାଗ ସମ୍ପୃକ୍ତ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରିଛି । ଏହା ସହିତ ତାଙ୍କ ବିରୋଧରେ ଘଟଗାଁ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ପ୍ରଶାନ୍ତ ସେଠୀଙ୍କୁ ଘଟଗାଁ ବ୍ଲକ ଉପରଡିହା ପଞ୍ଚାୟତ ଗୋଳାବନ୍ଧ ୟୁ .ପି ସ୍କୁଲରେ ନିଯୁକ୍ତି ଦିଆଯାଇଥିଲା । ଚଳିତ ମାସ ୬ ତାରିଖରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ଜଣାପଡିଛି ।

ଏହି ଖବରଟି ପଢନ୍ତୁ... ଅଭିଷେକ ଶର୍ମାଙ୍କ ଦୁର୍ବଳତା କହିଦେଲେ ପାକ୍ ଭେଟେରାନ, କହିଲେ ନ ସୁଧୁରିଲେ ଆଗକୁ...

୨୦୧୭ ମସିହାରେ ପ୍ରାଥମିକ ଶିକ୍ଷକ ଭାବେ ଗୋଳାବନ୍ଧ ୟୁ.ପି ସ୍କୁଲରେ ଯୋଗଦେଇଥିଲେ | ସେତେବେଳେ ସେ ଜାଲ ବିଇଡି ପ୍ରମାଣପତ୍ର ଦାଖଲ କରି ଚାକିରି ପାଇଥିଲେ । ଶିକ୍ଷା ବିଭାଗ ପକ୍ଷରୁ ବଡ଼ଧରଣର ଯାଞ୍ଚ ବେଳେ ପ୍ରଶାନ୍ତଙ୍କ ପ୍ରମାଣପତ୍ର ନକଲି ବୋଲି ଜଣାପଡ଼ିଥିଲା । ସେ ବିଇଡି ପରୀକ୍ଷା ଦେଇଥିଲେ କିନ୍ତୁ ସେ ପରୀକ୍ଷାରେ ଫେଲ୍ ହୋଇଥିଲେ । ମାତ୍ର ପ୍ରଶାନ୍ତ ଚାକିରି ପାଇଁ ଏକ ଫେକ୍ ବିଇଡି ପାସ୍ ସାର୍ଟିଫିକେଟ୍ ଶିକ୍ଷା ବିଭାଗକୁ ଦେଇ ଚାକିରି କରିଥିଲେ । ଏପରିକି ୨୦୧୭ରୁ ଅଦ୍ୟାବଧି ପ୍ରତିମାସ ଦରମା ନେଇ ଚାଲିଥିଲେ । ଶିକ୍ଷକ ପ୍ରଶାନ୍ତ ଙ୍କୁ ଚାକିରିରୁ ବିଦା କରାଯାଇଥିବା ବେଳେ ଏହି ଘଟଣାକୁ ଗୋପନୀୟ ରଖାଯାଇଥିଲା । ତେବେ ଅଭିଯୁକ୍ତ ଶିକ୍ଷକ ପ୍ରଶାନ୍ତ ଘଟଣା ଜଣାପଡିବା ପରଠୁ ଫେରାର ଅଛନ୍ତି।