ବିଜେଡିର ବିଭିନ୍ନ ସେଲ୍‌ରେ ବରିଷ୍ଠ ନେତାଙ୍କୁ ଦାୟିତ୍ଵ, ଗଠନ ହେଲା ରାଜନୈତିକ ବ୍ୟାପାର କମିଟି

Published By : Prameya-News7 Bureau | May 05, 2025 IST

ଭୁବନେଶ୍ଵର: ବିଜୁ ଜନତା ଦଳରେ ସୋମବାର ସାଂଗଠନିକସ୍ତରରେ ଅନେକ ବଡ ନିଷ୍ପତ୍ତି ନିଆଯାଇଛି। ବିଶେଷ କରି ସଂଗଠନକୁ ମଜବୁତ କରିବା ଦିଗରେ ଦଳ ଅନେକ ପଦକ୍ଷେପ ନେଇଛି। ଏଥିରେ ବିଭିନ୍ନ ସେଲ୍‌ରେ ଦଳର ବରିଷ୍ଠ ନେତାଙ୍କୁ ଦାୟିତ୍ଵ ଦିଆଯାଇ ଥଇଥାନ କରାଯାଇଛି। ନେତାମାନଙ୍କୁ ଦାୟିତ୍ଵ ଦିଆଯିବା ବେଳେ ଆଭ୍ୟନ୍ତରୀଣ କନ୍ଦଳକୁ କେମିତି ପ୍ରଶମିତ କରାଯିବ ତାକୁ ଧ୍ୟାନରେ ରଖାଯାଇଛି।ଏଥିସହ ରାଜନୈତିକ ବ୍ୟାପାର କମିଟି ଗଠନ ହୋଇଛି। ଏ ନେଇ ନେଇ ଦଳୀୟ କାର୍ଯ୍ୟାଳୟ ତରଫରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। 

ବିଜ୍ଞପ୍ତି ଅନୁଯାୟୀ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ କୃଷକ ଜନତା ଦଳ ସେଲ୍ ଦାୟିତ୍ଵ ଦିଆଯାଇଛି। ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ ସମବାୟ ସେଲ୍, ବଦ୍ରି ପାତ୍ରଙ୍କୁ ବିଜେଡି ଶିକ୍ଷା ଓ ଶିକ୍ଷକ ସେଲ୍, ରମେଶ ଚ୍ୟାଉପଟ୍ଟନାୟକଙ୍କୁ ମତ୍ସ୍ୟଜୀବୀ ସେଲ୍, ମଙ୍ଗଳା କିଷାନଙ୍କୁ ବିଜେଡି ଆଦିବାସୀ ସେଲ୍‌ରେ ନିଯୁକ୍ତି  ଦିଆଯାଇଛି। ସେହିପରି  ଦେବାଶିଷ ସାମନ୍ତରାୟଙ୍କୁ ବିଜେଡି ବରିଷ୍ଠ ନାଗରିକ ସେଲ୍, ଅରୁଣ ସାହୁଙ୍କୁ ବିଜେଡି ଓବିସି ସେଲ୍, ମହେଶ ସାହୁଙ୍କୁ ବିଜେଡି ଏସସି ସେଲ୍, ଅମର ପଟ୍ଟନାୟକଙ୍କୁ ବିଜେଡି ଆଇଟି ସେଲ୍ ଦାୟିତ୍ଵ ଦିଆଯାଇଛି। 

Also read: ବିଜେଡିର ନୂଆ ସଂଗଠନ ଗଠନ, ୧୫ ଉପସଭାପତି, ୨୦ ବରିଷ୍ଠ ଓ ୩୫ ସାଧାରଣ ସଂପାଦକ ନିଯୁକ୍ତ

୧୦ ଜଣିଆ ରାଜନୈତିକ ବ୍ୟାପାର କମିଟିରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଅଧ୍ୟକ୍ଷ ଅଛନ୍ତି। ସଦସ୍ୟ ଭାବେ ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ କୁମାର ଦାସ ବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାରାଣ୍ଡି, ଟୁକୁନି ସାହୁ, ସସ୍ମିତ ପାତ୍ର ଓ ସଂତୃପ୍ତ ମିଶ୍ରଙ୍କୁ ସ୍ଥାନ ମିଳିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.