ଗୁଡ୍‌ ବୁକ୍‌ରେ ଥିବା ଲୋକ କମିଟିରେ ରୁହନ୍ତି, ସମସ୍ତେ କ’ଣ ଗୁଡ୍‌ ବୁକ୍‌ରେ ରହିପାରନ୍ତି କି ? : ବଦ୍ରି ପାତ୍ର

Published By : Prameya-News7 Bureau | May 06, 2025 IST

ଭୁବନେଶ୍ବର ୬।ବିଜେଡି ପିଏସିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର । ସେ କହିଛନ୍ତି ସଭାପତିଙ୍କ ଗୁଡ୍‌ ବୁକ୍‌ରେ ଥିବା ଲୋକ କମିଟିରେ ରୁହନ୍ତି । ସମସ୍ତେ କ’ଣ ଗୁଡ୍‌ ବୁକ୍ରେ ରହିପାରନ୍ତି କି ? ଦକ୍ଷତା ଓ ଗୁଡ୍ ବୁକ୍ ସବୁ ସଭାପତି ମାପିଛନ୍ତି । ଏ କମିଟିର ଭବିଷ୍ୟତ କ’ଣ ହେବ ମୁଁ କହିପାରୁନି । ପରୀକ୍ଷାମୂଳକ ଭାବେ କାମ ଚାଲୁ । କିନ୍ତୁ ଯେଉଁମାନେ ପିଏସି କମିଟିରେ ଅଛନ୍ତି ସେମାନେ ବି ଦଳ ଲୋକ ବୋଲି ବଦ୍ରି କହିଛନ୍ତି । 


ସୂଚନାଯୋଗ୍ୟ ଯେ, ସୋମବାର ବିଜୁ ଜନତା ଦଳର ନୂଆ ସାଂଗଠନିକ ଟିମ୍ ଗଠନ ହୋଇଛି । ଦଳରେ ୧୫ ଉପସଭାପତି, ୨୦ ବରିଷ୍ଠ ସାଧାରଣ ସଂପାଦକ ଓ ୩୫ ସାଧାରଣ ସଂପାଦକ ନିଯୁକ୍ତ କରାଯାଇଛି । ସୁବାସ ସିଂଙ୍କୁ କୋଷାଧ୍ୟକ୍ଷ ଦାୟିତ୍ଵ ଦିଆଯାଇଛି । ଏସବୁ ପଦରେ ନେତାମାନଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି । ପ୍ରଥମ ଥର ବିଜେଡିରେ ସଂଗଠନ ସଂପାଦକ ପଦବୀ କଟାଯାଇଛି । ଦେବୀ ମିଶ୍ରଙ୍କୁ ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ନିଯୁକ୍ତ କରାଯାଇଛି । ବରିଷ୍ଠ ଉପସଭାପତି ଭାବେ ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁଙ୍କୁ ଦାୟିତ୍ଵ ମିଳିଛି । ଉପସଭାପତି ପ୍ରତାପ ଜେନାଙ୍କୁ ମଧ୍ୟ ମୁଖ୍ୟାଳୟ ଦାୟିତ୍ଵ ଦିଆଯାଇଛି । ଉପସଭାପତି ତାଲିକାରେ ଅତନୁ ସବ୍ୟସାଚୀ, ରାଜେନ୍ଦ୍ର ଢୋଲକିଆ, ସଞ୍ଜୟ ଦାସବର୍ମା, ରବି ନାରାୟଣ ନନ୍ଦ, ଅଶ୍ଵିନୀ କୁମାର ପାତ୍ର, ପ୍ରଣବ ପ୍ରକାଶ ଦାସ ଓ ସାରଦା ନାୟକଙ୍କ ନାଁ ସାମିଲ । 

ବିଜେଡିର ବିଭିନ୍ନ ସେଲ୍‌ରେ ବରିଷ୍ଠ ନେତାଙ୍କୁ ଦାୟିତ୍ଵ

୨୦ ବରିଷ୍ଠ ସାଧାରଣ ସଂପାଦକ ଭାବେ କଳିକେଶ ନାରାୟଣ ସିଂ ଦେଓ, ପ୍ରୀତିରଞ୍ଜନ ଘଡ଼େଇ, ଟୁକୁନୀ ସାହୁ, ଦିବ୍ୟଶଙ୍କର ମିଶ୍ର, ଭୃଗୁ ବକ୍ସିପାତ୍ର, ପ୍ରଦୀପ ମାଝୀ, ଦେବେଶ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ, ବ୍ୟୋମକେଶ ରାୟ, ମାନସ ମଙ୍ଗରାଜ, ରାଜଶ୍ରୀ ମଲ୍ଲିକଙ୍କୁ ସ୍ଥାନ ମିଳିଛି । ୩୫ ସାଧାରଣ ସଂପାଦକ ତାଲିକାରେ ତୁଷାରକାନ୍ତି ବେହେରା, ସୌଭିକ ବିଶ୍ଵାଳ, ସାରଦା ଜେନା, ଶ୍ରୀମୟୀ ମିଶ୍ର, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, ଦୀପାଳି ଦାସ, ମନ୍ମଥ ରାଉତରାୟ ଆଦିଙ୍କୁ ସ୍ଥାନ ମିଳିଛି । 

You Can Read:

ନୂଆ ଟିମ୍ ଶତ ପ୍ରତିଶତ ଠିକ୍ ନହୋଇପାରିଲେ ବି ସେଇଭଳିଆ ବୋଲି କହିଲେ ଗଣେଶ୍ବର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.