ସୀମା ହାଇଦର ପିଏମ ମୋଦିଙ୍କୁ ପଠାଇଲେ ରାକ୍ଷୀ , କିନ୍ତୁ କରି ଦେଲେ ଗୋଟିଏ ଭୁଲ୍

Published By : Prameya-News7 Bureau | August 09, 2025 IST

ଗ୍ରେଟର ନୋଏଡା – ଗ୍ରେଟର ନୋଏଡାର ରବୁପୁରା ଗାଁରେ ସଚିନ ମୀଣାଙ୍କ ସହ ରହୁଥିବା ପାକିସ୍ତାନୀ ମହିଳା ସୀମା ହାଇଦର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷାବନ୍ଧନର ରାକ୍ଷୀ ପଠାଇଛନ୍ତି। ସୀମା ହାଇଦର ନିଜର ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଏହାର ସୂଚନା ଦେଇ କହିଛନ୍ତି ଯେ, ସେ ମୋଦିଙ୍କ ବ୍ୟତୀତ ରାଷ୍ଟ୍ରପତିଙ୍କ ଠାରୁ ନେଇ ଆରଏସଏସ୍‌ ମୁଖ୍ୟଙ୍କ ଯାଏ ଅନେକ ଲୋକଙ୍କୁ ରାକ୍ଷୀ ପଠାଇଛନ୍ତି। ହେଲେ ପିଏମ୍ ମୋଦିଙ୍କୁ ରାକ୍ଷୀ ପଠାଇବାରେ ସେ ଏକ ବଡ଼ ଭୁଲ୍‌ କରି ଦେଇଛନ୍ତି। ସେ ଲଫାପାରେ ଠିକଣା ଭୁଲ୍ ଲେଖିଛନ୍ତି।

ମେ ୨୦୨୩ ରେ ଅବୈଧ ଭାବେ ନିଜର ଚାରି ଜଣ ପିଲାଙ୍କ ସହ ଭାରତ ଆସିଥିବା ସୀମା ହାଇଦର, ଏବେ ନିଜକୁ ସଚିନ ମୀଣାଙ୍କର ପତ୍ନୀ ବୋଲି କହୁଛନ୍ତି। ଅନଲାଇନ୍‌ ଗେମ୍‌ ଖେଳିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା। ଏହାପରେ ସୀମା ନେପାଳ ରାସ୍ତା ଦେଇ ଭାରତରେ ପ୍ରବେଶ କରିଥିଲେ। ସେ ଏବେ ନିଜକୁ ହିନ୍ଦୁ କୁହନ୍ତି ଏବଂ ସବୁ ପର୍ବ-ଉତ୍ସବକୁ ଧୂମଧାମରେ ପାଳନ କରୁଛନ୍ତି।

ରକ୍ଷା ବନ୍ଧନରେ ସୀମା ହାଇଦର ଦେଶର ଅନେକ ପ୍ରମୁଖ ବ୍ୟକ୍ତିଙ୍କୁ ରାକ୍ଷୀ ପଠାଇଛନ୍ତି। ସୀମା ଏକ ଭିଡ଼ିଓରେ ଦେଖାଇଛନ୍ତି ଯେ, ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ   ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ  ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ , ୟୁପିର ସିଏମ୍‌ ଯୋଗୀ ଆଦିତ୍ୟନାଥ ଓ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ରାକ୍ଷୀ ପଠାଇଛନ୍ତି। ସେ ସମସ୍ତଙ୍କ ଠିକଣା ଲେଖି ଲଫାପା ମଧ୍ୟ ଦେଖାଉଛନ୍ତି। ସୀମା ହାଇଦର କହିଛନ୍ତି , ସେ ଏହି ଆଶା ସହ ରାକ୍ଷୀ ପଠାଉଛନ୍ତି ଯେ, ଏହା ସେହି ଲୋକମାନେ ପାଇବେ ଏବଂ ରାକ୍ଷୀ ବାନ୍ଧିବେ ମଧ୍ୟ।

ହେଲେ ସୀମା ଏକ ବଡ଼ ଭୁଲ କରି ଦେଇଛନ୍ତି। ସେ ପିଏମ୍‌ ମୋଦିଙ୍କ ପାଇଁ ରାକ୍ଷୀ ଥିବା ଲଫାପାରେ ଠିକଣା କିଛି ଭୁଲ୍ ଲେଖି ଦେଇଥିଲେ। ସେ ଲଫାପାରେ ଲେଖି ଥିଲେ, ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ , ଦିଲ୍ଲୀ ଲୋକ ନାୟକ ମାର୍ଗ ନୂଆ ଦିଲ୍ଲୀ , ବିନା ପିନ୍‌ କୋଡ୍‌ ବା କୌଣସି ଡାକ ଟିକେଟରେ ଲଫାପା ଉପରେ , ସୀମା ହାଇଦର ଲୋକ ନାୟକ ମାର୍ଗ ଲେଖିଛନ୍ତି , କିନ୍ତୁ ପିଏମ୍‌ଙ୍କ ନିବାସ ଲୋକ କଲ୍ୟାଣ ମାର୍ଗରେ ରହିଛି। ସୀମା ହାଇଦର ଲୋକ କଲ୍ୟାଣକୁ ଭୁଲ୍‌ରେ ଲୋକ ନାୟକ ମାର୍ଗ ଲେଖି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.