ଝାଡଖଣ୍ଡ ସୀମାନ୍ତରୁ ଅଢେଇ ଟନ୍ ବିସ୍ଫୋରକ ଜବତ କଲେ ସୁରକ୍ଷାକର୍ମୀ, ମାଓବାଦୀ ଲୁଚାଇ ରଖିଥିବା ସୂଚନା

Published By : Prameya-News7 Bureau | June 02, 2025 IST

ରାଉରକେଲା ୨।୬ରାଉରକେଲା-ଝାଡଖଣ୍ଡ ସୀମାନ୍ତରୁ ଅଢେଇ ଟନ୍ ବିସ୍ଫୋରକ ଜବତ ହୋଇଛି । ଝାଡ଼ଖଣ୍ଡ ଜରେଇକେଲା ଥାନା ତିରିଲିପୋଷ ଜଙ୍ଗଲରୁ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ବିସ୍ଫୋରକ ଜବତ କରିଛନ୍ତି । ମାଟି ତଳୁ ଏସବୁ ବିସ୍ଫୋରକ ଜବତ ହୋଇଛି । ସରଣ୍ଡା ଜଙ୍ଗଲରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ସର୍ଚ୍ଚ ଅପରେସନରେ କୋବ୍ରା ବାଟାଲିୟନ, DVF, IRB ଓ SOG ଯବାନ ସାମିଲ ଅଛନ୍ତି । ତେବେ ମାଓବାଦୀ ମାନେ ଏସବୁ ବିସ୍ଫୋରକ ମାଟି ତଳେ ଲୁଚାଇ ରଖିଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ଅଞ୍ଚଳରୁ ୪ ଟନ୍‌ ବିସ୍ଫୋରକ ଲୁଟ୍‌ ହୋଇଥିଲା । ଯାହାକୁ ମାଓବାଦୀ ମାନେ ନେଇଯାଇଥିବା କୁହାଯାଉଥିଲା । ଲୁଟ୍ ବିସ୍ଫୋରକର ପ୍ରାୟ ୭୦ ପ୍ରତିଶତ ଉଦ୍ଧାର କରାଯାଇଥିବା ସୂଚନା ମିଳିଥିଲା ।

You Can Read:

ବିଜେଡିରୁ ବିଦା ହେଲେ ଢ଼େଙ୍କାନାଳ ସଦର ବ୍ଲକ୍‌ର ପୂର୍ବତନ ସଭାପତି ବିଭୁ ପ୍ରସାଦ ଦେହୁରୀ, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.