କାର୍ତ୍ତିକ-ଅନନ୍ୟାଙ୍କ ଫିଲ୍ମର ପ୍ରଥମ ଲୁକ୍ ଜାରି, ପୋଷ୍ଟ ସେୟାର କରି ରିଲିଜ୍‌ ଡେଟ୍‌ କନଫର୍ମ କଲେ କରନ ଜୋହର

Published By : Prameya-News7 Bureau | June 03, 2025 IST

ମୁମ୍ଵାଇ ୦୩।୦୬; ଫିଲ୍ମ ‘ଭୂଲ୍‌ ଭୂଲୈୟା-୩’ ପରେ ଅପ୍‌କମିଙ୍ଗ୍‌ ରୋମାଣ୍ଟିକ୍‌ କମେଡି ଫିଲ୍ମ ‘ତୁ ମେରୀ ମେଁ ତେରା, ମେଁ ତେରୀ ତୁ ମେରା’ ରେ ନଜର ଆସିବେ କାର୍ତ୍ତିକ ଆର‌୍ୟନ । ଫିଲ୍ମର ଟିଜର୍‌ ରିଲିଜ୍‌ ହୋଇଥିଲା । ଏବେ ପ୍ରଯୋଜକ କରନ ଜୋହର ଏହାର ରିଲିଜ୍‌ ତାରିଖ ମଧ୍ୟ କନଫର୍ମ କରିଛନ୍ତି । ଏଥିସହିତ ସେ ଫିଲ୍ମର ଫାର୍ଷ୍ଟ ଲୁକ୍‌ ଜାରି କରିଛନ୍ତି । ଫିଲ୍ମରେ କାର୍ତ୍ତିକଙ୍କ ସହ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଆସନ୍ତା ବର୍ଷ ଫେବ୍ରୁଆରୀ ୧୩ ଅର୍ଥାତ୍‌ ଭାଲେଣ୍ଟାଇନ୍‌ ସପ୍ତାହରେ ସିନେମାଘରକୁ ଆସିବ । 

ଫାର୍ଷ୍ଟ ଲୁକ୍‌ ସେୟାର କରି କରନ ଲେଖିଛନ୍ତି ‘ପ୍ରେମରେ ବୁଡ଼ିଯାଇଛନ୍ତି! ଅମର ରେ (କାର୍ତ୍ତିକ)ଙ୍କୁ ଭେଟନ୍ତୁ ଏବଂ ତାଙ୍କ ରୁମି (ଅନନ୍ୟା) ସହ ପରିଚୟ କରାଉଛୁ!’ କରନ ସେୟାର କରିଥିବା ଫଟୋରେ କାର୍ତ୍ତିକ-ଅନନ୍ୟା ପରସ୍ପରକୁ କିସ୍ ଦେଉଛନ୍ତି । ପାସ୍‌ପୋର୍ଟକୁ ଆଗକୁ ରଖି ଊଭୟ ମୁହଁକୁ ଅଧା ଲୁଚାଇଛନ୍ତି । ଫିଲ୍ମରେ ରୋମାନ୍ସର ଭରପୂର ଖୋରାକ ରହିବ ବୋଲି ଫାର୍ଷ୍ଟ ଲୁକ୍‌ରୁ ଜଣାପଡୁଛି । ଏହି ଫିଲ୍ମ ଜରିଆରେ ଦ୍ୱିତୀୟ ଥର କାର୍ତ୍ତିକ-ଅନନ୍ୟାଙ୍କ ଅନ୍‌ସ୍କ୍ରିନ୍‌ ରୋମାନ୍ସ ଦେଖିବାକୁ ମିଳିବ । ‘ପତି-ପତ୍ନୀ ଔର୍‌ ୱ’ରେ ଉଭୟ ଏକାଠି କାମ କରିଥିଲେ। 

ସୂଚନାଯୋଗ୍ୟ, କାର୍ତ୍ତିକ ଓ କରନଙ୍କ ମଧ୍ୟରେ ୨୦୨୧ରେ ଟିକିଏ ମନୋମାଳିନ୍ୟ ହୋଇଥିଲା। ସେଥିପାଇଁ କରନଙ୍କ ‘ଦୋସ୍ତାନା-୨’ରୁ କାର୍ତ୍ତିକଙ୍କୁ ବାହାର କରି ଦିଆଯାଇଥିଲା । ଫିଲ୍ମରେ କାର୍ତ୍ତିକଙ୍କ ସହ ଜାହ୍ନବୀ କପୁର, ଲକ୍ଷ୍ୟ ଲଲୱାନୀ ମୁଖ୍ୟ ଭୂମିକାରେ ଅଭିନୟ କରିଥାନ୍ତେ । ତେବେ, ପରେ ଉଭୟଙ୍କ ମଧ୍ୟରେ ମାମଲାର ସମାଧାନ ହୋଇଗଲା। କାର୍ତ୍ତିକଙ୍କ ୩୩ତମ ଜନ୍ମଦିନ ଅବସରରେ କରନ ତାଙ୍କ ସହ ଏକ ନୂଆ ଫିଲ୍ମ (ତୁ ମେରୀ ମେଁ ତେରା, ମେଁ ତେରା ତୁ ମେରୀ) କନଫର୍ମ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.