ପୁରୁଣା ‘ମୂଷା’ ହେଉ କି ନୂଆ ‘ମୂଷା’, ଦଣ୍ଡ ନିଶ୍ଚିତ ପାଇବେ

Published By : Prameya-News7 Bureau | June 03, 2025 IST

ଭୁବନେଶ୍ବର ୩ପଞ୍ଚାୟତିରାଜ ବିଭାଗ ସ୍କାନରରେ ‘ମୂଷା’ । ପୁରୁଣା ‘ମୂଷା’ ହେଉ କି ନୂଆ ‘ମୂଷା’ । ଦଣ୍ଡ ନିଶ୍ଚିତ ପାଇବେ । ମୂଷା ହୁଅନ୍ତୁ କି ବିରାଡ଼ି ସମସ୍ତେ ଆଇନ ଆଗରେ ସମାନ । ଏଭଳି କିଛି ଇଙ୍ଗିତ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । 

ମନ୍ତ୍ରୀ କହିଛନ୍ତି, ଆମେ ଏଭଳି ମୂଷାଙ୍କୁ ଖୋଜୁଛୁ । ଏବେ ଯେଉଁମାନେ ଭିଜିଲାନ୍ସରେ ଧରାପଡିଛନ୍ତି । ଦୁର୍ନୀତି ପାଇଁ ମୁଁ ନିଜେ ୯ ଜଣ ଜେଇ ଓ ବିଡିଓଙ୍କୁ ନିଲମ୍ବନ କରିଛି । ଆମକୁ କିଛି ଅଭିଯୋଗ ଆସିଥିଲା । ତଦନ୍ତ ନିର୍ଦ୍ଦେଶ ଦେଇଛୁ । ଯିଏ ଦୁର୍ନୀତି କରିବ ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । 


You Can Read:

ଭୁଲ୍ କାମ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଜେଲ୍‌ରେ ଅଛନ୍ତି ଅନେକ ଅଫିସର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.