ରାଜ୍ୟରେ ବଢିବ ଲଭର୍ସ ପଏଣ୍ଟର ସୁରକ୍ଷା, ସ୍ଵତନ୍ତ୍ର ବ୍ୟବସ୍ଥା କରିବେ ସରକାର

Published By : Prameya-News7 Bureau | June 23, 2025 IST

ଭୁବନେଶ୍ଵର: ଗୋପାଳପୁର ସମୁଦ୍ର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ  ଘଟଣା  ପରେ ପରେ ଏବେ ସମୁଦ୍ର ବେଳାଭୂମି ଭଳି ସ୍ଥାନଗୁଡ଼ିକର ସୁରକ୍ଷା ବଢ଼ାଇ ଦିଆଯାଇଛି। ।   ଏଣିକି  ଲଭର୍ସ ପଏଣ୍ଟରେ ସୁରକ୍ଷା ଯୋଗାଇବେ ସରକାର। ଏଭଳି କିଛି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତେଣୁ ଲଭର୍ସ ପଏଣ୍ଟରେ କେମିତି ସୁରକ୍ଷା ବଢ଼ାଯିବ ଏହା ଯୁବକ ଯୁବତୀଙ୍କୁ ଆଶ୍ବସ୍ତ କରିପାରିବ କି ଏମିତି ପ୍ରଶ୍ନ ଉଠିବା ସ୍ବାଭାବିକ।  

ଲଭର୍ସ ପଏଣ୍ଟର  ସୁରକ୍ଷା ଯୋଗାଇବେ ସରକାର।  ଏଭଳି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।   ଗୋପାଳପୁର  ଗଣ ଦୁଷ୍ମର୍ମ ଘଟଣା ପରେ ଭ୍ରମଣଯୋଗ୍ୟ ସ୍ଥାନଗୁଡ଼ିକରେ ସୁରକ୍ଷା ବଢ଼ାଇବା ଉପରେ ରାଜ୍ୟ ସରକାର ବିଚାର ବିମର୍ଶ କରୁଛନ୍ତି। ଏଥି ଲାଗି ବସିଲାଣି ଦୁଇ ଦୁଇ ଥର ବୈଠକ।   ସମୁଦ୍ର  କୁଳ , ପାର୍କ ,  ମଲ,  ନଦୀ ତଟ  ଭଳି ସ୍ଥାନ   ଯେଉଁ ଠି   ନିକାଞ୍ଚନ ସ୍ଥାନରେ  ପ୍ରେମୀ ଯୁଗଳ ପହଞ୍ଚୁଛନ୍ତି। ନିଛାଟିଆ ସ୍ଥାନରେ କିଛି ଅନ୍ତରଙ୍ଗ  ସମୟ ବିତାଇଥାନ୍ତି  ଲଭ ବାର୍ଡ।  ଆଉ ସେହି ସେହି ସ୍ଥାନରେ ଗଣ୍ଡଗୋଳ କରିବା ପାଇଁ ପହଞ୍ଚି ଯାଉଛନ୍ତି କିଛି ଅଭ୍ୟାସଗତ କାର୍ପଟଦାର। ଯେମିତି ଗୋପାଳପୁରରେ ଘଟିଲା। ଏବେ ସେମାନଙ୍କୁ ଆଗୁଆ ସାବାଡ଼ କରାଯିବ।  ରାଜ୍ୟରେ   ଥିବା ବିଭିନ୍ନ ଲଭରର୍ସ ପଏଣ୍ଟ ଓ  ଟୁରିଷ୍ଟ ପଏଣ୍ଟରେ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ  ପ୍ରଭାତି ପରିଡା।

ମନ୍ତ୍ରୀ କହିଛନ୍ତି,  ଗୋପାଳପୁର ଗଣ ଦୁର୍ଷର୍ମ ପରେ ଏବେ   ଯୁବତୀ ମାନେ ଏକୁ ଟିଆ ବୁଲିବାକୁ ସୁରକ୍ଷିତ ମଣୁନାହାନ୍ତି। ସେପଟେ ଓଡ଼ିଶା ସମେତ ୬ ରାଜ୍ୟ ପାଇଁ ଆମେରିକା ନିଜ ନାଗରିକଙ୍କୁ ଆଲର୍ଟ କରିଛି।  ମହିଳାଙ୍କ ସୁରକ୍ଷାଙ୍କୁ ନେଇ ଏଭଳି ଆଲର୍ଟ କରାଯାଇଛି ଆଉ ଏଣେ ରାଜ୍ୟ ସରକାର ଲଭର୍ସ ପଏଣ୍ଟର ସୁରକ୍ଷା ବଢ଼ାଇଛନ୍ତି। ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସାମାଜିକ କର୍ମୀ। 

ତେବେ ଏନେଇ ଅନେକ ପ୍ରଶ୍ନ ଉଠିବା ସ୍ବାଭାବିକ।   ଲଭର୍ସ ପଏଣ୍ଟ ଚିହ୍ନଟ ହେବ କେମିତି।    ତାପରେ ପ୍ରେମୀ ଯୁଗଳ ଘରୁ ଲୁଚି ନିଛାଟିଆ ସ୍ଥାନକୁ ଯାଉଥିବା ବେଳେ ସେମାନଙ୍କ ପଛେ ପଛେ ସୁରକ୍ଷା କର୍ମୀ ବୁଲି ପାରିବେ ତ।  ତେଣୁ ଛାତ୍ରଛାତ୍ରୀ ଯୁବକଯୁବତୀମାନେ ଆଉ କିଛି ପରାମର୍ଶ ଦେଇଛନ୍ତି। ଯେମିତିକି ମହିଳାମାନେ ନିଜର ସୁରକ୍ଷା ପାଇଁ ଆତ୍ମାରକ୍ଷାର କୌଶଳ ଶିଖିବା ଉଚିତ।   

ଲଭର୍ସ ପଏଣ୍ଟ ଗୁଡିକରେ   ନିକଟ ତମ ପୋଲିସ  ଷ୍ଡେସନର ଯୋଗାଯୋଗ   ନମ୍ବର ଲଗାଯିବା ଦରକାର।  ଟୁରିଷ୍ଟ ପୋଲସିଙ୍ଗ   ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବା ଉଚିତ। ଗୋପାଳପୁର ଘଟଣା ଘଟିବା, ଆମେରିକା ଆଲର୍ଟ ଜାରି କରିବା ଭିତରେ ଆଜି ପୁଣି ଏକ ଘଟଣା ହଇଚଇ ସୃଷ୍ଟି କରିଛି। ଦିଲ୍ଲୀରୁ ଯାଜପୁର ଆସିଥିବା ଜଣେ ଯୁବତୀ ଅସଦାଚରଣର ଶିକାର ହୋଇଛନ୍ତି।   ଏନେଇ ଥାନାରେ ଏତଲା ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.